August 29, 2026

ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଖୋର୍ଦ୍ଧା ଜିଲ୍ଲାର ୪,୬୯,୫୦୧ ଜଣ ହିତାଧିକାରୀ ପାଇଲେ ସହାୟତା

IMG-20260829-WA0006
Share

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନ୍ ହଲ୍‌ରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ ବହୁ ସଂଖ୍ୟକ ‘ସୁଭଦ୍ରା’ ଯୋଜନାର ହିତାଧିକାରୀ ଉପସ୍ଥିତ ଥିଲେ।ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୪,୬୯,୫୦୧ ଜଣ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।କାର୍ଯ୍ୟକ୍ରମରେ ଉପସ୍ଥିତ ହିତାଧିକାରୀମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସହାୟତା ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।