August 29, 2026

ନେପାଳରେ ବନ୍ୟାରେ ମା’ ଓ ୨ ବର୍ଷର ଝିଅ ନିଖୋଜ, ଦୁଃଖରେ ସରଳ ଗ୍ରାମ

IMG-20260828-WA0091
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼: ବରଗଡ଼ ଜାମପାଲି ପଞ୍ଚାୟତ ସରଳ ଗ୍ରାମର ଗୁନ୍ନମ ଜୟକୃଷ୍ଣଙ୍କ ପତ୍ନୀ ଗୁନ୍ନମ ସାଇବିନ୍ଦୁ କୁମାରୀ ଏବଂ ୨ ବର୍ଷର ଝିଅ ହରିକ୍ଷା ନେପାଳରେ ବନ୍ୟାରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ମା’ ଓ ଝିଅଙ୍କ ଏପର୍ଯ୍ୟନ୍ତ କୌଣସି ଆଚୁକି ମିଳିନାହିଁ।

 

ଗୁନ୍ନମ ଜୟକୃଷ୍ଣ ନେପାଳରେ ଏକ ହାଇଡ୍ରୋ ପାୱାର ପ୍ରକଳ୍ପରେ ଇଞ୍ଜିନିୟର ଭାବେ କାମ କରୁଛନ୍ତି। ବନ୍ୟା ସମୟରେ ଜୟକୃଷ୍ଣ ଡ୍ୟୁଟି ପାଇଁ ପାହାଡ଼ ଉପରକୁ ଯାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଓ ଝିଅ ବନ୍ୟା ପାଣିରେ ଭାସିଯାଇଥିବା ସୂଚନା ମିଳିଥିଲା। ଜୟକୃଷ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

 

ଘଟଣାକୁ ନେଇ ସରଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମା’ ଓ ଝିଅଙ୍କ ସନ୍ଧାନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ନେପାଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଓ ଆଲୋଚନା କରୁଛି। ଜୟକୃଷ୍ଣଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଥିବା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସୂଚନା ଦେଇଛନ୍ତି।