ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ
ସମ୍ବଲପୁର ତା.୨୮/୮ – ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୋଶାଳା ନିକଟସ୍ଥ ସି.ଆର.ପି.ଏଫ୍ ଗ୍ରୁପ ହେଡ କ୍ୱାର୍ଟର ଠାରେ ଶୁକ୍ରବାର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀଶକ୍ତିର ସଦସ୍ୟା ମାନେ ରକ୍ଷାବନ୍ଧନ କରିବା ସହ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସି.ଆର.ପି.ଏଫ ଯବାନଙ୍କ ସହ ସୁ-ସମ୍ପର୍କକୁ ଦୀର୍ଘଜୀବୀ କରିବାକୁ ଯବାନ ଭାଇ ମାନଙ୍କ ଠାରୁ ପ୍ରତିଶ୍ରୁତି ନେଇଥିଲେ ।
ନାରୀଶକ୍ତିର ସଦସ୍ୟା ମାନେ ନିଜ ଘରୁ ଫୁଲ, ଚନ୍ଦନ, ରାକ୍ଷୀ ଏବଂ ମିଷ୍ଠାନ ନେଇ ସି.ଆର.ପି.ଏଫ୍ ଅଧିକାରୀ ଓ ଯବାନ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧି ପବିତ୍ର ସମ୍ପର୍କକୁ ପ୍ରମାଣିତ କରିଥିଲେ । ନିଜ ପରିବାର ଠାରୁ ଦୂରରେ ରେ ରହି ଦେଶମାତୃକାର ସୁରକ୍ଷା ପାଇଁ ଯୋଗଦାନ ଦେଉଥିବା ବେଳେ ଏହା ତାଙ୍କର ନିଜ ପରିବାରର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏକତା ମଞ୍ଚର ସଦସ୍ୟ ସଦସ୍ୟା ମାନେ ପ୍ରତିବର୍ଷ ଭଳି ପରିବାର ମଧ୍ୟରେ ରହିଥିବା ସୁସମ୍ପର୍କକୁ ରକ୍ଷା ବନ୍ଧନ ଜରିଆରେ ମଜବୁତ କରିଥିବା ପଶ୍ଚିମାଞ୍ଚଲ ନାରୀ ଶକ୍ତି ପକ୍ଷରୁ ଚେଷ୍ଟା କରାଯାଇ ଆସୁଛି ।
କାର୍ଯ୍ୟକ୍ରମରେ ନାରୀ ଶକ୍ତି ସଂଯୋଜିକା ପଙ୍କଜିନୀ ମେହେର ପଞ୍ଚିମାଞ୍ଚଳ ନାରୀଶକ୍ତିର ସମ୍ବଲପୁର ସଂଯୋଜିକା ଝୁନୁ ତ୍ରୀପାଠୀ, ପଙ୍କଜିନୀ ବୈଠାରୁ, ଅଲକା ମହାପାତ୍ର, ସଂଘମିତ୍ରା ପଣ୍ଡା, ସୁଜାତା ଗୁରୁ, ପ୍ରଜ୍ଞା ପରିମିତା ସାହୁ, ଭୂମିସୂତା ମେହେର, ସୁଜାତା ଗୁରୁ , ସଂଯୁକ୍ତା ପ୍ରଧାନ, ଜୁଲି ମହାପାତ୍ର, ସବିତା ନନ୍ଦ, ଜନନୀ ମିଶ୍ର କାର୍ଯ୍ୟକ୍ରମ ରେ ସାମିଲ ଥିବା ବେଳେ ଡ.ସ୍ବୟଂ ପ୍ରକାଶ ପଣ୍ଡା, ଶଙ୍କର ମେହେର, ମାନସ ରଞ୍ଜନ ବକ୍ସୀ, ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
