August 28, 2026

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ, ନେତାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା କର୍ମକର୍ତ୍ତା

IMG-20260828-WA0018
Share

 

 

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ଆୟୋଜନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଏହି ଅବସରରେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଓ ଭଉଣୀମାନେ ବିଜେପି ନେତାମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ସ୍ନେହ ଓ ସୁରକ୍ଷାର ପ୍ରତୀକ ଏହି ପର୍ବକୁ ପାଳନ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲାର ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ଉପସଭାନେତ୍ରୀ ନମିତା ଦଳବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ନେତାମାନେ ମହିଳା କର୍ମକର୍ତ୍ତାଙ୍କଠାରୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଗ୍ରହଣ କରିଥିଲେ। ଏହି ଅବସରରେ ଭାଇ-ଭଉଣୀର ଅତୁଟ ସମ୍ପର୍କ, ପରସ୍ପର ସ୍ନେହ ଓ ସୁରକ୍ଷାର ଭାବନାକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦିଆଯାଇଥିଲା।

ରକ୍ଷାବନ୍ଧନ ଉତ୍ସବକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ଦଳୀୟ କର୍ମକର୍ତ୍ତା ଓ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ