October 13, 2026

ଶ୍ରୀ ଶ୍ରୀ ବ୍ରଜେଶ୍ୱରି ଦେବୀଙ୍କ ପୂଜନ ଉତ୍ସବ ସହିତ ନୂତନ ନାଟକ ବହି ଉନ୍ମୋଚନ

IMG-20260827-WA0081
Share

ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ, ତରଫରୁ ଚଳିତ ବର୍ଷ ୨୬-୨୭ ପାଇଁ ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ଦେବୀଙ୍କ ପୂଜନ ଉତ୍ସବ ସହିତ ନୂତନ ନାଟକ ବହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବଡ଼ଗାଁ ସ୍ଥିତ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିବା ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ବାସୁଦେବ ନାୟକଙ୍କ ଦ୍ଵାରା ରଚିତ ବିଛାତି ଓ ନାଟ୍ୟକାର ଶଶୀଭୂଷଣ ପାଣିଗ୍ରାହୀ ଙ୍କ ଦ୍ଵାରା ଲିଖିତ କଲି ଯୁଗର ରାମକାହନି ପୁସ୍ତକ ଦୁଇଟି ଉନ୍ମୋଚିତ ହୋଇଥିଲା l ଶେଷରେ ସୁରେନ୍ଦ୍ର ବୀର ଭୁବନ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶ୍ରୀ ମହେନ୍ଦ୍ର ମେହେର, ଡ.ସୁବଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

You may have missed