October 12, 2026

ନାବାଳିକାଙ୍କୁ ନେଇ ମାମଲା, ଅଭିଯୁକ୍ତ ଗିରଫ

IMG-20260827-WA0075
Share

 

 

ହାଟଡିହି ତା ୨୭/୮(ମନମୋହନ ନାୟକ) : ସୋସୋ ଥାନାରେ ଜଣେ ନାବାଳିକାଙ୍କୁ ନେଇ ଏକ ମାମଲା ରୁଜୁ ହୋଇଛି। ଏନେଇ ସୋସୋ ଥାନା କେସ୍ ନଂ ୧୬୨, ତାରିଖ ୨୬.୮.୨୦୨୬, ଭାରତୀୟ ନ୍ୟାୟ ସଂହି#ତାର ଧାରା ୬୪(୨)(ଏମ୍) ସହ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଛି ଅଭିଯୋଗ ଅନୁଯାୟୀ, ସୋସୋ ଥାନା ଅନ୍ତର୍ଗତ ନୁଟିଆସାହିର ଖୁଦିରାମ ସିଂହଙ୍କ ୧୬ ବର୍ଷୀୟା ନାବାଳିକା ଝିଅଙ୍କ ସହ ସଙ୍ଖଣା ଗ୍ରାମର କାହ୍ନା ଓରଫ କରୁଣା ବେହେରା (୨୪) ବାରମ୍ବାର ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ଆଧାରରେ ସୋସୋ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ପୁଲିସ ଅଭିଯୁକ୍ତ କାହ୍ନା ଓରଫ କରୁଣା ବେହେରାଙ୍କୁ ଗିରଫ କରିବା ସହ ଆଇନାନୁସାରେ କୋର୍ଟକୁ ପଠାଇଥିବା ଜଣାପଡ଼ିଛି।

You may have missed