ପ୍ରଭୂ ବାଲୁଙ୍କେଶ୍ଵର ମନ୍ଦିର ସଲଗ୍ନ କଲ୍ୟାଣି ମଣ୍ଡପ ଠାରେ ଗେଡ଼ିଆପଲ୍ଲୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷାକର୍ମି ମାନଙ୍କର ବନ୍ଧୁମିଳନ
ବୋଳଗଡ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ୨୭/୮/୨୦୨୬ରିଖ ଗୁରୁବାର ଦିନ ପ୍ରଭୂ ବାଲୁଙ୍କେଶ୍ଵର ମନ୍ଦିରସଲଗ୍ନ କଲ୍ୟାଣି ମଣ୍ଡପ ସାଲତରାଠାରେ ଗେଡ଼ିଆପଲ୍ଲୀ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶହକାରି ଶିକ୍ଷକ, ଶିକ୍ଷୟତ୍ରୀଓ ଶିକ୍ଷାକର୍ମିମାନଙ୍କର ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଥିଲା ଉକ୍ତ ଉତ୍ସବରେ ବୟୋଜ୍ୟେଷ୍ଠ ପ୍ରଧାନଶିକ୍ଷକ ବୄନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ସୁଦର୍ଶନ ଦାସ, ପିତବାସ ପଟ୍ଟନାୟକ, ମନୋରମା ପ୍ରଧାନ ମଞ୍ଚମଣ୍ଡନ କରି ନିଜ ନିଜ ବିଦ୍ୟାଳୟର ସମୟର ଅନୁଭୂତି ବାଣ୍ଟିଥିଲେ ପ୍ରଧାନଶିକ୍ଷୟତ୍ରୀ ମନୋରମା ପ୍ରଧାନ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମି ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ ଭଉଣି ସମ୍ପର୍କ ଅତୁଟ ରହୁ ବୋଲି ନିଜ ବ୍ୟକ୍ତବ୍ୟରେ ସ୍ଥାନ ରଖିଥିଲେ ସମୟାନୁବର୍ତ୍ତୀ
ଧାର୍ମିକ ମନୋବୃତ୍ତି ଯଥା ଯୋଗକରି ନିରୋଗ ରହିବାକୁ ପ୍ରଧାନ ଶିକ୍ଷକ ସୁଦର୍ଶନ ଦାସ ମତବ୍ୟକ୍ତ କରିଥିଲେ ଗଣେଶ୍ଵର ପଣ୍ଡା ମଙ୍ଗଳାଚରଣ ପଢିବା ସହିତ ଆଗକୁ ଏହିପରି ବନ୍ଧୁମିଳନ କାର୍ଯ୍ୟକର୍ମଚାଲୁ ରଖିବାକୁ ସମସ୍ତଙ୍କ ନିକଟରେ ଦାବି ରଖିଥିଲେ ଓ ପରବର୍ତ୍ତୀ ବନ୍ଧୁମିଳନ ଫଡ଼େଗତ ରାମ ମନ୍ଦିରରେ ହେବା ସହ ଦାଇତ୍ଵ ନେବେ ଅବସରପ୍ରାପ୍ତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ବେହେରା ଏହି ଅବସରରେ ଦିବାକର ସାହୁ,ଗୀତାଞ୍ଜଳି ମହାପାତ୍ର, ପିତବାସ ପଟ୍ଟନାୟକ ନିଜଶ୍ଵ କବିତା ଆବୃତି କରି କାର୍ଯ୍ୟ କର୍ମର ଶ୍ରୀବୃଦ୍ଧିକୁ ବୄଦ୍ଧି କରିଥିଲେ ଉକ୍ତ କାର୍ଯ୍ୟ କର୍ମର ଅଭିଭାଷଣ ପିତବାସ ପଟ୍ଟନାୟକ ରଖି ଥିବାବେଳେ ବିଦ୍ଯାଳୟ ଶିକ୍ଷାଦାନ ସମଯୁର ଅନୁଭୂତି ବାଣ୍ଟିଥିଲେ ହରେକୃଷ୍ଣ ବେହେରା ପରେ ସଭାପତି ବୃନ୍ଦାବନ ମହାପାତ୍ର ନିଜ ବକ୍ତବ୍ୟରେ ନିଜର ଅନୁଭୂତି ବର୍ଣ୍ଣନା ସହିତ ଏବଂ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲେ ଶେଷରେ ପିତବାସ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ
