August 26, 2026

‘ଭିଜନ ବାଲେଶ୍ୱର’ ସଂଗଠନ ତରଫରୁ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ  

IMG-20260826-WA0052
Share

 

 

ବାଲେଶ୍ୱର( ଦେବାଶିଷ ଦାଶ )

 

ଲଗାତାର ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବିଶେଷ କରି ତଳିଆ ଅଞ୍ଚଳ ଗୁଡିକରେ ପାଣି ପ୍ରବେଶ କରିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଏପରିସ୍ଥଳେ ସେହି ଅଞ୍ଚଳର ଜନସାଧାରଣଙ୍କ ଦୁଃଖକୁ ଲାଘବ କରିବା ଓ ଯତ କିଂଚିତ ସାହାଯ୍ୟର ହାତବଢ଼ାଇବା ନେଇ ବାଲେଶ୍ୱରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଭିଜନ ବାଲେଶ୍ୱର’ ତରଫରୁ ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦା ସାରଗାଁ ପଞ୍ଚାୟତ ସ୍ଥିତ ନାଲପୁର ଗ୍ରାମରେ ବନ୍ୟା ପ୍ରଭାବିତ ତଥା ଏବେବି ପାଣିଘେରରେ ଥିବା ୧୦୦ରୁ ଉର୍ଦ୍ଧ ଲୋକମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହିତ

ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଗଠନ ର ସଭାପତି ଚନ୍ଦ୍ରକାନ୍ତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ରବୀନ୍ଦ୍ର ରାଉତ, ଆଇନ ପରାମର୍ଶଦାତା ବିଜୟ ମହାନ୍ତି, ଉପଦେଷ୍ଟା କୁନାଲ ବେହେରା, ଅଜୟ ନାୟକ, ପ୍ରମୋଦ ସାହୁ, ସୁରଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ l ସଂଗଠନର ସମ୍ପାଦକ ଧୀରେଜ କୁମାର ଦାସ ଯୋଗଦେଇ ବିପଦ ସମୟରେ ମାନବିକତାର ସହ ଲୋକଙ୍କ ପାଖରେ ଛିଡାହେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ l ଏହି ବଣ୍ଟନ କାର୍ଯ୍ୟକ୍ରମରେ ସମାଜସେବୀ ରାମେଶ୍ୱର ବେହେରା, ଉପସଭାପତି ଭାଗବତ ଦାସ,ଉପଦେଷ୍ଟା ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ସାହାଯ୍ୟର ହାତ ବଢ଼ାଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ନାଲପୁର ଅଂଚଳର ମନୋରଞ୍ଜନ ନାୟକ, ଶ୍ରୀଧର ମନ୍ତ୍ରୀ,ଗଙ୍ଗାଧର ରାଉତ,ବିଜୟ ନାୟକ, ଭରତ ମହାଳିକ, ସନାତନ ମାଝୀ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମକୁ ସୁଚାରୁପେ ସମ୍ପାଦନ କରିଥିଲେ l

You may have missed