August 25, 2026

ସି ଏମ୍ ଇଲେକ୍ଟ୍ରିକାଲ, ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ରକ୍ତ ଦାନ ଶିବିର ରୁ ସର୍ବାମୋଟ ୧୧୯ୟୁନିଟ ରକ୍ତ ସଂଗୃହୀତ

IMG-20260825-WA0053
Share

 

 

ବରଗଡ : (ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲା ବିଜେପୁର ଠାରେ ସି ଏମ ସାନିଟାରୀ ଓ ଇଲେକ୍ଟ୍ରିକାଲ ର ଏକ ବର୍ଷ ପୂର୍ତ୍ତି ଅବସର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୮୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଦୋକାନ ମାଲିକ କୁନୁ ମେହେର, ଛବିଳ ମେହେର ଚିନ୍ମୟ ମେହେର, ମିକୁ ମେହେର , ମେହେର ପରିବାର ଓ ତାଙ୍କ ସାଙ୍ଗ ସାଥି ମାନେ ଶିବିର ର ସୁପରିଚାଳନ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଠିକ ସେହିପରି ବରଗଡ଼ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ର ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ୧୮ତମ ପୂଣ୍ୟ ତିଥି  ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରଗଡ଼ ସ୍ଥିତ ଖଜୁର ଟିକ୍ରା ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଶ୍ରୀ ସତ୍ୟ ରଞ୍ଜନ ସାହୁ ଏସ ଇ ଇଲେକ୍ଟ୍ରିକାଲ ମମତା ପୁରୋହିତ ,ଜୟ ପ୍ରକାଶ ଶତପଥୀ, ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ  ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବ୍ରହ୍ମ କୁମାରୀ ଆଶ୍ରମ ବରଗଡ଼ ଶାଖା ର ପ୍ରଶାସିକା ବ୍ର କୁ ଯଶୋଦା ଭଉଣୀ, ଅନ୍ୟ ଭାଇ ଭଉଣୀ ଏବଂ ନିଷ୍ଠା ପରିବାର ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ।ଉଭୟ ଶିବିର ରୁ ସର୍ବମୋଟ ୧୧୯ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରଗଡ଼ ଶାଖା ଓ ସି ଏମ ସାନିଟାରୀ ଓ ଇଲେକ୍ଟ୍ରିକାଲ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।