August 25, 2026

ଲଗାଣ ବର୍ଷାରେ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

IMG-20260825-WA0047
Share

 

ପାରଳାଖେମୁଣ୍ଡି: ଲଗାଣ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ।

ସହରର ମୋକାତୋଟା ତଳିଆ ଅଞ୍ଚଳରେ ଅଳ୍ପ ବର୍ଷା ହେଲେ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହୁଥିବାରୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଅସୁବିଧା ଭୋଗୁଥିବା ନେଇ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଖବର ପାଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ କରିଥିଲେ।

ପରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳକୁ ଯିବା ମୁଖ୍ୟ ରାସ୍ତାରେ ଆବଶ୍ୟକ ସ୍ଥାନରେ ଗାର୍ଡ ୱାଲ୍ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି।

ବର୍ଷା ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ସହ ଅଞ୍ଚଳବାସୀଙ୍କ ଯାତାୟାତରେ ଯେପରି ସମସ୍ୟା ନହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ବିଧାୟକ ଗୁରୁତ୍ୱ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ପୌର ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ବିଧାୟକଙ୍କ ତତ୍ପରତାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।