ବିଜେଡି ର ବୁଥ କମିଟି ଗଠନ
ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ପଞ୍ଚାୟତ ର ମାଟିଆମହୁଲ ୨ନମ୍ବର ବୁଥ ରେ ମେଲଚ୍ଛାମୁଣ୍ଡା ସମିତି ସଭ୍ୟ ତଥା ମେଲଚ୍ଛାମୁଣ୍ଡା ପଞ୍ଚାୟତ ସଭାପତି ଙ୍କ ଉପସ୍ଥିତି ରେ ବୁଥ କମିଟି ଗଠନ କରାଯାଇଥିଲା l ତୃଣମୂଳ ସ୍ତର ରେ ମଜଭୂତ କରିବା ଓ ଲୋକ ଙ୍କ ସେବା କରିବା ଲକ୍ଷ୍ୟ l କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସଭାପତି l ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେଡି ପୁଣି ଜୟଲାଭ ହୋଇ ଲୋକ ଙ୍କ ସେବା କରିବ ସେ ବିଷୟରେ ବିଶୃତ ଆଲୋଚନା ହୋଇଥିଲା l ଏହି ବୈଠକରେ ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା(ସଭାପତି) ମୁନିକାନ୍ତ ସୁନା ଏବଂ ସମସ୍ତ କର୍ମୀ ଉପସ୍ଥିତ ଥିଲେ l
