October 11, 2026

ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ..

IMG-20260823-WA0033
Share

 

ଦେଶର ୧୯ଟି ରାଜ୍ୟରେ ବରିଷ୍ଠ ସମ୍ବାଦିକ ଙ୍କ ପାଇଁ ପେନସନ ଲାଗୁ ହୋଇଯାଇଥିବା ବେଳେ ଓଡିଶା ପ୍ରଦେଶ ରେ କେବେ? – ଅର୍ଜୁନ ରଞ୍ଜନ ପଣ୍ଡା, ବର୍ଷିଆନ ସାମ୍ବାଦିକ।

ମାନ୍ୟବର ଓଡିଶା ହାଇକୋର୍ଟ ର ନିର୍ଦେଶ କୁ ଅନୁପାଳନ କରି, ବରିଷ୍ଠ ସାମ୍ବାଦିକ ଙ୍କ ପାଇଁ ସରକାର ପେନସନ ବ୍ୟବସ୍ଥା ଲାଗୁ କରୁ – ଓଡିଶା ବରିଷ୍ଠ ସାମ୍ବାଦିକ ସଂଘ ।

 

ସମ୍ୱଲପୁର-୨୩/୦୮

 

ଓଡିଶା ବରିଷ୍ଠ ସାମ୍ବାଦିକ ସଂଘ ର ଆହ୍ୱାନ କ୍ରମେ ସମ୍ୱଲପୁର ଜିଲ୍ଲା ସାମ୍ବାଦିକ ସଂଘ ସହଯୋଗ ରେ ସାମ୍ବାଦିକ ଭବନ ରେ ଆଜି ବରିଷ୍ଠ ସାମ୍ବାଦିକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଅନୁଷ୍ଠିତ ହୋଇଯାଇଛି l

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ରେ ବାର୍ଷିଆନ ସମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ବୈଠକ ରେ ସମ୍ୱଲପୁର, ବରଗଡ଼, ସୁବର୍ଣ୍ଣପୁର ଝାରସୁଗୁଡ଼ା, ବଲାଙ୍ଗୀର,ବୌଦ୍ଧ, ଦେବଗଡ଼ ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ଯୋଗ ଦେଇଥିଲେ l

ଏହି ବୈଠକରେ ଓଡିଶା ବରିଷ୍ଠ ସାମ୍ବାଦିକ ସଂଘ ର ସଭାପତି କାନ୍ହୁ ଚରଣ ନନ୍ଦ, ଉପସଭାପତି ପ୍ରଦୀପ୍ତ ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ବରିଷ୍ଠ ଉପଦେଷ୍ଠା ଦେବେନ୍ଦ୍ର ସିଂହ, ସାଙ୍ଗଠନିକ ସମ୍ପାଦକ ବିପ୍ଳବ ମହାନ୍ତି, ରାଜ୍ୟକାରିଣୀ ସଦସ୍ୟ ଶ୍ରୀମତୀ ଦିପ୍ତିମୟୀ କର, ଅମରେଶ୍ୱର ଦାସ, କୁନ୍ତଳା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ , ବରିଷ୍ଠ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା ହେବା କେତେ ଜରୁରୀ, ସେ ବିଷୟରେ ଆଲୋଚନା କରିଥିଲେ l ବୈଠକ ରେ ଜିଲ୍ଲା ସାମ୍ବାଦିକ ସଂଘ ର ଉପସଭାପତି କିଶୋର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l

 

ଏହା ପରିପେକ୍ଷିରେ ଗୋରେଖ ନାଥ ସାହୁ, ହେମନ୍ତ କୁମାର ମହାପାତ୍ର, ରମାକାନ୍ତ ବିଶ୍ୱାଳ, ରାଜାରାମ ପାଢ଼ୀ, ଶିବଶଙ୍କର ନନ୍ଦ, ସୁକାନ୍ତ କର, ସବିତା ମିଶ୍ର, ଅମରେଶ୍ୱର ଦାସ ବ୍ରଜମୋହନ ଦାନି, ଦିପ୍ତିମୟୀ କର, ମେଘନାଦ ସାହୁ, କୁନ୍ତଳା ବେହେରା, ମନୋରଞ୍ଜନ ପଟ୍ଟନାୟକ, ସ୍ଵୟଂଭୂ ନାଥ ଖଣ୍ଡଗିରି , ହରିହର ନାଥ, ଜୀବନ ମହାନ୍ତି, ଲକ୍ଷ୍ମୀକାନ୍ତ ପଣ୍ଡା, ଦୀପକ କୁମାର ପଣ୍ଡା, ଦେବାନନ୍ଦ ପ୍ରଧାନ, ପ୍ରତ୍ୟୁଷ କାନ୍ତ ପ୍ରଧାନ, ଦୀପକ ପଣ୍ଡା, ସମେତ ଅନେକ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିବା ସହ ନିଜସ୍ୱ ମତ ଦେଇଥିଲେ l

ଏହି ବୈଠକରେ ରାଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ନକରାଯିବା ନେଇ ତୀବ୍ର କ୍ଷୋଭ ପ୍ରକାଶ ପାଇଥିଲା। ଭାରତର ୧୯ଟି ରାଜ୍ୟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ ଦିଆଯାଉଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା ଲାଗୁ ନହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସାମ୍ବାଦିକମାନେ ପ୍ରକାଶ କରିଛନ୍ତି l

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳରେ ଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସାମ୍ବାଦିକଙ୍କ ପେନସନ ଦାବି କରିଥିଲେ, କିନ୍ତୁ ଏବେ ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ୨ ବର୍ଷ ବିତିଗଲା ପରେ ବି କିଛି ପଦକ୍ଷେପ ନିଆଯାଇନଥିବା ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତା ମାନେ ମତ ଦେଇଥିଲେ l ରାଜ୍ୟରେ ବିଜେପି ସରକାର ଶାସନ ରେ ଆସିଲା ପରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ସାକ୍ଷାତ କରି ଏହି ଦାବୀ ଉପସ୍ଥାପନ କରାଯାଇଥିଲା l ସେହି ସମୟରେ ୩ ବର୍ଷ ମଧ୍ୟରେ ଏହି ସମସ୍ୟା ର ସମାଧାନ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ l

ରାଜ୍ୟ ସଭାପତି ଶ୍ରୀ ନନ୍ଦ କହିଥିଲେ ଯେ, ଯେହେତୁ ପୂର୍ବରୁ ଓଡିଶା ମାନ୍ୟବର ହାଇକୋର୍ଟ ଏହା ଉପରେ ସରକାର ଙ୍କୁ ନିର୍ଦେଶ ଦେଇଛନ୍ତି, ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏହାକୁ ଅନୁପାଳନ କରି ଓଡିଶା ପ୍ରଦେଶ ରେ ବରିଷ୍ଠ ସମ୍ବାଦିକ ଙ୍କ ପାଇଁ ପେନସନ ଲାଗୁ କରାଯାଉ l ଯଦ୍ୱାରା, ଦୁର୍ଦିନ ଅବସ୍ଥା ରେ ଗତି କରିଥିବା ବାର୍ଦ୍ଧକ୍ୟ ଜୀବନ ରେ ସାମ୍ବାଦିକ ମାନେ ଉପକୃତ ହେବେ l ଏଥିସହ ଓଡ଼ିଶା ବରିଷ୍ଠ ସାମ୍ବାଦିକ ସଂଘ ଆଶା କରୁଛି ଯେ, ନିଶ୍ଚିତ ଭାବରେ ଖୁବ ଶୀଘ୍ର ଅନ୍ୟ ରାଜ୍ୟ ପରି ଆମର ରାଜ୍ୟରେ ମଧ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରାଯିବ l

ଶେଷରେ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିଚି଼ହ୍ନ ସହ ସମ୍ମାନିତ କରାଯାଇଥିଲା l ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ର ସମ୍ପାଦକ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

You may have missed