August 23, 2026

ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପାହାଡ଼ଶ୍ରୀଗିଡାଠାରେ ଭୋଟର୍ ସଚେତନତା କାର୍ଯ୍ୟକ୍ରମ

IMG-20260822-WA0053
Share

 

 

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପାହାଡ଼ଶ୍ରୀଗିଡାଠାରେ ପୂର୍ବାହ୍ନ ୧୦.୩୦ମିନିଟ୍ ସମୟରେ ଭୋଟର୍ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ବରୀ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଜଗନ୍ନାଥ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତାବିରା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଡିଇଓ ଶ୍ରୀ କ୍ଷୀରେଶ୍ବର ବେହେରା ଓ ଶ୍ରୀ ଆଲୋକ ଗଡତିଆ,ବି.ଏଲ୍.ଓ ସୁପରଭାଇଜର ଶ୍ରୀ ଅମିତ୍ କୁମାର ବରିହା, ଶ୍ରୀ ସୁବାଷ ମହାନନ୍ଦ ଯୋଗଦାନ କରି ଏକ ସଚେତନତା କାର୍ଯ୍ୟକ୍ରମ କରିବା ସହ ମହାବିଦ୍ୟାଳୟର ୧୦୦ ଅଧିକ ଛାତ୍ରଛାତ୍ରୀମାନଙ୍କଠାରୁ ନୂତନ ଭୋଟର୍ ପଞ୍ଜୀକରଣ ପାଇଁ ଆବଶ୍ୟକ ଦସ୍ତାବିଜ୍ ସ°ଗ୍ରହ ଓ ପଞ୍ଜୀକରଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ସ୍ବପ୍ନଜିତ୍ ଖଟୁଆ, ଶ୍ରୀ ରାମ ଗୋପାଳ ସେଟ୍, ସୁଶ୍ରୀ ରେଣୁକା ମହାରଣା ତଥା ଅନ୍ୟାନ୍ୟ କର୍ମଚାରୀ ଶ୍ରୀ ସୁନୀଲ କୁମାର ଶର୍ମା, ଶ୍ରୀ ପରେଶ୍ ରଣା, ଶ୍ରୀ ରୋହିତ କୁମାର ସିଂହଦେଓ ଓ ଶ୍ରୀ ଶ୍ରୀକାନ୍ତ ଭୋଇ ଆଦି ସହଯୋଗ କରିଥିଲେ | ପରିଶେଷରେ ଶ୍ରୀ ସୁବାଷ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |