August 23, 2026

ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ 

IMG-20260821-WA0079
Share

 

 

ବରପାଲି : ୨୦/୮(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସତଲମା ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ କେନ୍ଦ୍ରର ବିଭିନ୍ନ ସମସ୍ୟାର ସମାଧାନ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଜନଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ ଚିକିତ୍ସାସେବା, ଔଷଧ ଯୋଗାଣ, ରୋଗୀଙ୍କୁ ମିଳୁଥିବା ସୁବିଧା, ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଧାରା ଓ ଅଞ୍ଚଳବାସୀଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମତବିନିମୟ କରାଯାଇଥିଲା। ଗ୍ରାମାଞ୍ଚଳର ଲୋକେ ନିଜ ଅଞ୍ଚଳରେ ହିଁ ସହଜରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ଡାକ୍ଟର ଚିନ୍ମୟ ପଧାନ, ଡାକ୍ଟର ଗୀତାଞ୍ଜଳି ବାଗ, ସଂଜୀବ କୁମାର ସେଠ୍, ଲିଲି ନାଏକ, ସୁନୀଲ କୁମାର ନାଏକ, କୁନି ଘାସି, ଦେବେନ୍ଦ୍ର କୁମାର ବିଶି, ସୁଶୀଲ କୁମାର ନାଏକ, ବିପିଏମ୍ ମଧୁସୂଦନ ପୋଢ଼, ସୁଦାମ ଚରଣ ପାଣିଗ୍ରାହୀ, ପିଏଚଇଓ ଏସ୍. ମହାପାତ୍ର, ବିଡିଏମ୍ ଶଶିକାନ୍ତ ତ୍ରିପାଠୀ, ବିପିଏଚଓଙ୍କ ସମେତ ବିଭାଗୀୟ କର୍ମଚାରୀ ଯୋଗଦେଇଥିଲେ।ସେହିପରି ଗ୍ରାମର ସଭ୍ୟ ଦିନେଶ ସାହୁ, ସତଲମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ଶଙ୍କର ଗଡତିଆ, ବିଜୟ ପାତ୍ର, ଦୁର୍ଯ୍ୟୋଧନ ସାହୁ, କୁନାଲ ଭୋଇ ଓ ପୂର୍ବତନ ଶିକ୍ଷକ ଡୋଳାମାଣି ପଟେଲ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ସ୍ୱାସ୍ଥ୍ୟସେବା ସୁଧାର ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ରଖିଥିଲେ।ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଏବଂ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ ଜନଆରୋଗ୍ୟ କେନ୍ଦ୍ରର ସେବାକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଆବଶ୍ୟକତାକୁ ଶୀଘ୍ର ପୂରଣ କରିବା ନେଇ ଆଲୋଚନା ହୋଇଥିଲା। ଶେଷରେ ସତଲମା ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।