August 23, 2026

ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଆଳୁଆମୁଣ୍ଡା ରଗୁଡ଼ିରେ ରେ ଇନ୍ଦ୍ରଦେବତା ଙ୍କ ବାର୍ଷିକ ପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

IMG-20260821-WA0075
Share

ବଅଁରପାଳ,୨୨.୮- ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଆଳୁଆମୁଣ୍ଡା ରଗୁଡ଼ିରେ ରେ ଇନ୍ଦ୍ରଦେବତା ଙ୍କ ବାର୍ଷିକ ପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ତଥା ଅଞ୍ଚଳରେ ସୁବୃଷ୍ଟି ଓ ପାଳକ ପାଇଁ ଏହି ପୂଜା ଓ ହୋମଯଜ୍ଞ ପୂର୍ବପୁରୁଷ ରୁ ଅନୁଷ୍ଠିତ ହେଇଆସୁଛି l ପ୍ରଭାତରୁ ଗ୍ରାମବାସୀ ମାନେ ଗ୍ରାମର ଭାଗବତ ଟୁଙ୍ଗିରୁ ପବିତ୍ର ଭାଗବତ ଗ୍ରନ୍ଥକୁ ଏକ ଶୋଭାଯାତ୍ରାରେ ନେଇ ଗ୍ରାମ ବାହାରେ ଥିବା ଆଳୁଆମୁଣ୍ଡା ରଗୁଡିର ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ବାବା ଭବାନୀଜୀ, ପଣ୍ଡିତ ଅଭିମନ୍ୟୁ ଶତପଥୀ, ମୀନକେତନ ମିଶ୍ର, ସୁବାଷ ନନ୍ଦ ଓ ମନୋଜ ଦାଶଙ୍କ ଦ୍ୱାରା ଅଧିବାସ, ଯଜ୍ଞମଣ୍ଡପ ଓ କୁଣ୍ଡ ଶୁଦ୍ଧି ପରେ ବେଦ ପାଠ ପୂର୍ବକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଆରମ୍ଭ କରାଯାଇ ରାମାୟଣ ପଠନ ପରେ ପୂର୍ଣ୍ଣାହୁତି ଦିଆ ଯାଇଥିଲା l ପୂର୍ବ ପରମ୍ପରା ଅନୁଯାୟୀ ବେଗୁନିଆ ଓ ହରଡ଼ କାଠକୁ ଘଷି ସେଥିରୁ ଉତ୍ପନ ଅଗ୍ନି କୁ ଯଜ୍ଞକୁଣ୍ଡରେ ସଂଯୋଗ କରା ଯାଇଥିଲା l ଗ୍ରାମ ସଭାପତି ଉମେଶ ଚନ୍ଦ୍ର ଗଡ଼ନାୟକ ଓ ଧର୍ମପତ୍ନୀ ସ୍ଵର୍ଣମୟୀ ଗଡ଼ନାୟକ କର୍ତ୍ତାକର୍ତ୍ରୀ କାର୍ଯ୍ୟ ସମ୍ପାଦନ କରିଥିଲେ l ନିକଟସ୍ଥ ଲଙ୍ଗୁଳିଆବେଡା, ଗଡ଼ସନ୍ତ୍ରୀ, କଙ୍କିନାଳୀ, ଅରହାଟ ଗ୍ରାମର ବହୁ ଶ୍ରଦ୍ଧାଳୁ ଓ ଜିଲ୍ଲା ପରିଷଦ ସଭ୍ୟ ମୀରା ଗଡ଼ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ପ୍ରମୁଖ ଯୋଗ ଦେଇଥିଲେ l ଗ୍ରାମ ସମ୍ପାଦକ ନୀଳମଣି ବିଶ୍ୱାଳ, ଅଜୟ ସାହୁ,ନିମେଇଁ ସାହୁ, ଧୀରେନ୍ଦ୍ର ଗଡ଼ନାୟକ,ସୁମନ୍ତ ବିଶ୍ୱାଳ, ଦୁଷ୍ମନ୍ତ ବାରିକ ଓ ମିଟୁ ନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l