August 23, 2026

ଆର୍‌‍ଏମ୍‌‍ଏସ୍‌‍ ଡିଭିଜନକୁ କଟକରେ ସମ୍ମିଶ୍ରଣର ବିରୋଧ ଏଚ୍‌‍ଏମ୍‌‍ଏସ୍‌‍ ରାଜ୍ୟ ଉପସଭାପତି ରବି ରଥ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ  

IMG-20260821-WA0013
Share

 

ବ୍ରହ୍ମପୁର : 48 ବର୍ଷ ପୁରୁଣା ଆଏମ୍‌‍ଏସ୍‌‍ ବ୍ରହ୍ମପୁର ଗଞ୍ଜାମ ଡିଭିଜନକୁ କଟକସ୍ଥିତ ଡିଭିଜନରେ ମିଶାଇବାକୁ ମସୁଧା ହେଉଛି। ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟାଳୟର ପ୍ରଶାସନିକ କ୍ଷମତାକୁ ଅପସାରଣ କରାଗଲେ ଗଞ୍ଜାମ ଜିଲ୍ଲାବାସୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଡ଼ି ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ। ଏନେଇ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଡାକ ବିଭାଗକୁ ସାମାଜିକ ଗଣମାଧ୍ୟମରେ କରିଛନ୍ତି । ଏହି ନିଷ୍ପତ୍ତିକୁ ଅବଗତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ନିକଟରେ ଦାବି କରିଛନ୍ତି। ବର୍ତ୍ତମାନ କାର୍ଯ୍ୟାଳୟରେ ଏକ ହଜାରରୁ ଅଧିକ ପାର୍ସଲ, 15 ହଜାରରୁ ଅଧିକ ସ୍ପିଡ୍‌‍ ପୋଷ୍ଟ, 20 ହଜାର ସାଧାରଣ ପୋଷ୍ଟ ଓ 500 ପ୍ରାୟ ନିୟମିତ ବୁକିଂ କରାଯାଉଛି। ଏଠାରେ ଇନଷ୍ଟାଣ୍ଟ ପ୍ରୋସେସିଂ ବୁକିଂ କରାଯାଉଥିବାରୁ ଆର୍ଏମ୍‌‍ଏସ୍‌‍ କାଉଣ୍ଟରରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ସହଜ ହେଉଛି। ଏହାକୁ ପରିବର୍ତ୍ତନ କରି କେବଳ ବୁକିଂ କାଉଣ୍ଟରରେ ସୀମିତ କରି ରଖାଗଲେ ଗ୍ରାହକଙ୍କ ନିକଟରେ ସେମାନଙ୍କ ପାର୍ସଲଳ ପହଞ୍ଚିବାରେ ସମସ୍ୟା ଉପୁଜିବ ବୋଲି ଅନେକ ପ୍ରାକ୍ତନ ଡାକ କର୍ମଚାରୀ ଯୁକ୍ତି ବାଢ଼ିଛନ୍ତି। କଟକ ଡିଭିଜନରେ ଏହାର ସମ୍ମିଶ୍ରଣ ହେଲେ ବିଭିନ୍ନ କାର୍ଯ୍ୟଧାରା ବିଳମ୍ବ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଭାବିତ ହେବ। ଏଠାରୁ ପ୍ରଶାସନିକ କାର୍ଯ୍ୟର ଅପସାରଣ ଦ୍ଵାରା ଦୁଇରୁ ତିନି ଦିନରେ ହେଉଥିବା କାମ ଅତିରିକ୍ତ ଦିନ ଲାଗିବ। ସେହିପରି ଡିଭିଜନ ସମ୍ମିଶ୍ରଣ ପରେ ଆରଏମଏସ କାର୍ଯ୍ୟାଳୟ ନିଜର ଗୁରୁତ୍ଵ ହରାଇବ। ଯାହାଫଳରେ ଡାକ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ, ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ଓ କର୍ମଚାରୀଙ୍କୁ କୌଣସି କାମ ପାଇଁ ଅଧିକ ବାଟ ଯିବାକୁ ପଡ଼ିବ । ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲେ ବର୍ତ୍ତମାନ ହେଉଥିବା ଅନ୍ତର୍ଜାତୀୟ ପାର୍ସଲ ବୁକିଂ ଠାରୁ ଆରମ୍ଭ କରି ବଲକ୍‌‍ ବୁକିଂ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। କୌଣସି ଗ୍ରାହକଙ୍କ ଡାକ ପାଇବାରେ ସମସ୍ୟା ହେଲେ ଅଭିଯୋଗ ପାଇଁ କଟକ ଯିବାକୁ ହେବ। ସେଠାରେ ଅଭିଯୋଗର ତଦନ୍ତରେ ବିଳମ୍ବ ହେବା ସମସ୍ତ ଦିଗକୁ ଅନୁଧ୍ୟାନ କରି ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ସାଧାରଣରେ ଦାବି ହୋଇଛି।

ଏ ସମ୍ପର୍କରେ ହିନ୍ଦ୍‌‍ ମଜଦୁର ସଭା (ଏଚଏମଏସ) ରାଜ୍ୟ ଉପସଭାପତି ତଥା ଶ୍ରମିକ ନେତା ରବି ରଥ କେନ୍ଦ୍ର ଯୋଗାଯୋଗ ବିଭାଗ ମନ୍ତ୍ରୀ ଜେ୍ୟାତିରାଜିତ୍ୟ ସିନ୍ଧିଆଙ୍କୁ ଏକ ପତ୍ର ଲେଖି ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।