August 21, 2026

ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ୍ ଶିବିର 

IMG-20260820-WA0101
Share

 

ଉଲୁଣ୍ଡା, ୨୦/୮ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ର ଛାତ୍ରୀ ମାନଙ୍କ ପାଇଁ ଏକ ଛଅ ଦିନିଆ ଆତ୍ମ ସୁରକ୍ଷା ତାମିଲ ଶିବିର ଉଦଘାଟିତ ହୋଇଯାଇଛି।ମହାବିଦ୍ୟାଳୟ ଶକ୍ତିଶ୍ରୀସଶକ୍ତି କରଣ ସେଲ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା।ଏହି ଆତ୍ମ ସୁରକ୍ଷା ଶିବିର ଉଦଘାଟନୀ ଉତ୍ସବ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଅଧ୍ୟାପିକା ରେଣୁକା ହୋତା,ଶ୍ରୀଦୁର୍ଗା ଚରଣ ସାହୁ,ଶ୍ରୀ ମନୋଜ ମିଶ୍ର,ଅଧ୍ୟାପିକା ରଶ୍ମି ରାଣୀ ବଡ଼ପଣ୍ଡା,ଅତିଥି ଭାବରେ ଯୋଗଦେଇ।ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ଓ ମହିଳା ସଶକ୍ତିକରଣ ଉପରେ ଆବଶ୍ୟକୀୟ ଦିଗ୍ ଦର୍ଶନଦେଇଥିଲେ।ସଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଦେବଶ୍ରୀ ମିଶ୍ର,ଏହି ଉଦ୍ ଘାଟନୀ

ଉତ୍ସବ ପରିଚାଳନା କରିବା ସହ ଛଅଦିନ ବ୍ୟାପି ହେବାକୁ ଥିବା ଆତ୍ମ ସୁରକ୍ଷା ତାଲିମ୍ ରେ ନିଷ୍ଠା ସହ ଯୋଗଦେଇ ଠିକ୍ ଭାବରେ ପ୍ରଶିକ୍ଷଣ ଗ୍ରହଣ କରିବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଆତ୍ମ ସୁରକ୍ଷା ଶିବିର ରେ ୫୦ଜଣ ଛାତ୍ରୀ ତାଲିମ୍ ଗ୍ରହଣ କରିବେ।ଓ ତାଲିମ୍ ଶିବିର ରେ ସୁଶ୍ରୀ କଲ୍ୟାଣୀମୟୀ

ତ୍ରିପାଠୀ,ପ୍ରଶିକ୍ଷିକା ଭାବରେ ଯୋଗଦେଇ।ଛାତ୍ରୀ ମାନଙ୍କୁ ତାଲିମ୍ ଦେବାର କାର୍ଯ୍ୟକ୍ରମ ରହିଛି।ଆଜି ଏହି ଅବସରରେ ସମ୍ବଲପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼କ୍ଟର ମୁରାରୀ ମାଝୀ,

ପରିଦର୍ଶନ ଆସି ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେବା ସହିତ ବିଭିନ୍ନ କ୍ଷେତ୍ରରେ ସେ ମାନଙ୍କର ଉତ୍କର୍ଷତା ପ୍ରତିପାଦନ କରିବାକୁ ଆହ୍ୱାନ ଜଣେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ଶତାଧିକ ଛାତ୍ରୀ ଛାତ୍ର ଯୋଗଦେଇଥିଲେ।

You may have missed