August 21, 2026

ଋଷୁକୂଲ୍ୟା ନଦୀରୁ ଦୁଇ ମୃତ ଦେହ ଉଦ୍ଧାର ମିଳିଲା ଯୁବକ ଯୁବତୀ ଙ୍କ ପରିଚୟ —ହତ୍ୟା ଅଭିଯୋଗ ଆଣିଲେ ପୁଅଘର

hand
Share

 

 

ଗଞାମ=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷୁକୂଲ୍ୟା ନଦୀ ରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ l ଗୁରୁବାର ସେମାନଙ୍କ ପରିଚୟ ମିଳିଥିବା ଥାନା ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି l ଉଭୟ ପୁଅ ଝିଅ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୁଆଁ ଗାଁ ବୋଲି ପୋଲିସ ସ୍ୱଷ୍ଟ କରିଛି l ମୃତକ ମାନେ ହେଲେ ସୁରେଶ ପ୍ରଧାନଙ୍କ ବଡ଼ ପୁଅ ବୟସ 17 ବର୍ଷ ଏବଂ ସେହି ଗ୍ରାମର ମୃତ ଝିଅର ବୟସ 16 ବର୍ଷ l ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l ଗୋଟିଏ ଦିନରେ ପୃଥକ ପୃଥକ ଭାବେ ମୃତ ଦେହ ଉଦ୍ଧାର ପରେ ପୋଲିସ କେସ ନଂ 7ଏବଂ 8/26 ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲା l ପୁଅ ଓ ଝିଅ ନାବାଳକ ଥିବା ତଦନ୍ତ କରି ଅଫିସର ଏସଆଇ ଅନିରୁଦ୍ଧ ସ୍ୱାଇଁ କହିଛନ୍ତି l ମୃତ ଯୁବକ ଯୁକ୍ତ ଦୁଇ ପାସ ପରେ କମ୍ପ୍ୟୁଟର ଶିକ୍ଷା ଶିଖୁଥିଲେ l ଉଭୟ ପୁଅଝିଅ ଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ମଙ୍ଗଳବାର ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ନଦୀରୁ ଦୁଇ ଶବ ଉଦ୍ଧାର ପରେ ଉଭୟ ପରିବାରକୁ ଗଞ୍ଜାମ ଥାନା ପୋଲିସ ଅବଗତ କରାଇଥିଲା l ପରେ ଶବ ଚି଼ହ୍ନଟ ହେବା ପରେ ପୁଅ ଘର ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ମୃତ ରୁଦ୍ରଙ୍କ ଅଜା ମନମୋହନ ଜେନା ଗଣମାଧ୍ୟମକୁ ଯୋଗାଯୋଗ ବେଳେ କହିଛନ୍ତି l ମୋ ନାତି କୁ ଅପହରଣ ପରେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି ବୋଲି ସେ କହିଛନ୍ତି l ରୁଦ୍ରଙ୍କ ନିଜ ଗାଁ ରାମଗଡ଼ ପଞ୍ଚାୟତ ଏନ ବରପଲ୍ଲୀ ଗ୍ରାମ ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ନିଜ ଅଜାଙ୍କ ଗାଁ ଅଗସ୍ତି ନୂଆଗାଁରେ ରହି ଆସୁଥିଲେ l ବାପା ଦିନ ମଜୁରିଆ ଭାବେ ବିଦେଶରେ ରହୁଥିବା ବେଳେ ଅଜା ସେମାନଙ୍କ ପରିବାର କଥା ବୁଝୁଥିଲେ l ଉକ୍ତ ଘଟଣା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ନା ହତ୍ୟା କରି ନଦୀକୁ କେହି ଦୃବୁତ ନଦୀରେ ଫିଙ୍ଗି ଦେଇଥିବା ସହରରେ ଆଲୋଡନ ସୃଷ୍ଟି ହୋଇଥିଲା l

You may have missed