ଧୂମଧାମର ସହ ଚାଲିଛି ପୁରୀ ସଦରବ୍ଲକ ବିଦ୍ୟାଳୟ ସ୍ତରୀୟ କ୍ରୀଡା ଉତ୍ସବ
ପୁରୀ ଜିଲ୍ଲାସ୍କୁଲ ଖେଳପଡିଆ ପରିସରରେ ଅଗଷ୍ଟ ୪ତାରିଖ ରୁ ଅଗଷ୍ଟ ୨୦ତାରିଖ ପର୍ଯ୍ୟନ୍ତ ସଦରବ୍ଲକ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ମହାଡ଼ମ୍ବରରେ ପାଳିତ ହୋଇଯାଇଛି l ସମ୍ପାଦକ କ୍ରୀଡା ଶିକ୍ଷକ ରଞ୍ଜନ ରେଡ୍ଡୀଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ଦ୍ୱାରିକାନାଥ ମିଶ୍ର ସମ୍ମାନିତ ଅତିଥିଭାବେ ବରିଷ୍ଠ କ୍ରୀଡା ଶିକ୍ଷକ ନିହାର ରଞ୍ଜନ ପଲାଇ, ଅଜୟ କୁମାର ମିଶ୍ର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଖୋକ ରେ ରୌପ୍ୟ ପଦକ ହାସଲ କରିଥିବା ଅମରଜିତ ବଳିୟାରସିଂ, ବିଜୟ ସରଙ୍ଗିଆ ଏବଂ ଆଦିତ୍ୟ ଦାସଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିବା ବେଳେ ଜିମନାସ୍ଟିକ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭୂମିକା ରେଡ୍ଡୀ ଏବଂ ଦାନଲକ୍ଷ୍ମୀ ରାଓଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ପରେପରେ ଜିମନାସ୍ଟିକ କୁସ୍ତି ସହିତ ବିଭିନ୍ନ ଖେଳାଳି ମାନଙ୍କ ସହିତ ଅତିଥିମାନେ କରମର୍ଦନ ପୂର୍ବକ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଦରବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
