ଭାଇ ଭାଇ ମିଳିତ ସଂଘ ପକ୍ଷରୁ ସ୍ୱାଧୀନତା ଦିବସରେ ଅବସରପ୍ରାପ୍ତ ସୈନିକ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଳେଶ୍ଵର, ୧୮/୮
( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବଜାର ଭାଇ ଭାଇ ମିଳିତ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ସହିତ ୧୦ଜଣରୁ ଉର୍ଦ୍ଧ ଅବସରପ୍ରାପ୍ତ ସୈନିକ,ଆମ୍ବୁଲାନ୍ସ ଡ୍ରାଇଭର,ସମାଜସେଵୀ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ବିକଳାଙ୍ଗ ଲୋକମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା। ସଂଧ୍ୟାରେ ଜଳେଶ୍ବର ଅଂଚଳର ୮୦ରୁ ଉର୍ଦ୍ଧ ପିଲାମାନଙ୍କୁ ନେଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।୧୫ ତାରିଖ ଦିନ ସକାଳ ୭ଟା ସମୟରେ ଜଳେଶ୍ୱର ଥାନାର ଏଏସଆଇ ସୁକୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଶେଷରେ ସମସ୍ତକୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ରାସ୍ତାରେ ଯାଉଥିବା ସମସ୍ତ ପଥଚାରୀଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା।ସନ୍ଧ୍ୟାରେ ଜଳେଶ୍ବର ଅଞ୍ଚଳର ପ୍ରାୟ ୮୦ ରୁ ଉର୍ଦ୍ଧ କୁନି କୁନି ପୁଅ ଝିଅ ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ବା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ନୃତ୍ୟ ପ୍ରତିଯୋଗିତାକୁ ଗୁରୁ ମହେଶ୍ୱର ପ୍ରଧାନ ଓ ସାମ୍ୱାଦିକ ମନୋଜ କୁମାର ଭୂୟାଁ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ।୧୬ ତାରିଖ ସଂଧ୍ୟାରେ ଭାଇ ଭାଇ ମିଳିତ ସଙ୍ଘର ସଭାପତି ତପନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଆୟୋଜନ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ମ୍ୟୁନିସିପାଲିଟୀର ଅଧକ୍ଷ ପ୍ରତୀପ କୁମାର ପ୍ରଧାନ , ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ତଥା ସ୍ତମ୍ଭକାର ସୁଦର୍ଶନ ଦାସ,ବିଜୟ କାମିଳା ,ଜଗଦୀଶ ନନ୍ଦୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଚୁଡ଼ାନ୍ତ ନୃତ୍ୟ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ସମ୍ମାନ ପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ସାଂସ୍କୃତିକ ମଞ୍ଚକୁ ରାଜ ଇଲେକ୍ଟ୍ରୋନିକସର ସତ୍ୱାଧିକାରୀ ଗିରିଜା ଶଙ୍କର ଦାସ ପରିଚାଳନା କରିଥିଲେ। ପାର୍ଥ ସାରଥି ଦାସ,ରମେଶ ଚନ୍ଦ୍ର ପରିଡା,ସେକ ଅଫସର ଅଲ୍ଲୀ,ସୁବଳ ବାରିକ,ମଣ୍ଟୁ କୁମାର ରଣା,ଜାମସେଦ ଅଲ୍ଲୀ,ସୁଶାନ୍ତ ଜେନା,କଷମୋ ବଜ଼ାରର ସଦସ୍ୟ,ଶ୍ରୀକ୍ଷେତ୍ର ଲୁଗା ଦୋକାନ ଅଭିନନ୍ଦନ ଲୁଗା ଦୋକାନର ସମସ୍ତ ସଦସ୍ୟ ତଥା ଅନ୍ୟାନ୍ୟ ବଜ଼ାର କମିଟିର ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଶେଷରେ ସଂଘ ର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ରାତିରେ ତ୍ରିସା ମ୍ୟୁଜିକାଲ ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
