August 19, 2026

ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ର ସମୀକ୍ଷା

IMG-20260819-WA0007
Share

 

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି।ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନରେଗା, ଜମି ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟସେବା, ଶିକ୍ଷାବୃତ୍ତି, ଛାତ୍ରାବାସ, ମୁଦ୍ରା ଋଣ ଓ ଜନଧନ ଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ସମୀକ୍ଷା ବୈଠକରେ ଜିଲ୍ଲାର ୧୬,୮୦୧ ଜଣ ଅନୁସୂଚିତ ଜାତି ହିତାଧିକାରୀଙ୍କୁ ମନରେଗା କାର୍ଡ ପ୍ରଦାନ କରାଯାଇଥିବା ଏବଂ ୧୪ଟି ଛାତ୍ରାବାସରେ ପ୍ରାୟ ୧,୪୦୦ ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବା ସୂଚନା ଦିଆଯାଇଥିଲା।

ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା ପରେ କମିଶନ ଟିମ୍‌ ସନ୍ତୋଷ ବ୍ୟକ୍ତ କରିବା ସହ ଅନୁସୂଚିତ ଜାତି ବର୍ଗର ହିତାଧିକାରୀମାନେ ଯେପରି ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଗୁରୁ

You may have missed