October 5, 2026

କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20261005-WA0075
Share

 

 

କୋଲନରା:(ସଞ୍ଜୀବ କୁମାର କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସୁରୀ କ୍ଲଷ୍ଟର ଅଧିନ ସୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସିଆରସିସି ମାଝୀଆ ରାଓ କଣ୍ଡାଗରିଙ୍କ ତତ୍ବାବଧାନ ଓ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ସ୍ଥାନୀୟ ସରପଞ୍ଚ ଛବି ଜିଲାକାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକୁଲଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ତାଡିଙ୍ଗି ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷକ ସଂଘ ସଭାପତି ବି. ନାଗାରାଜୁ ସମ୍ମାନିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୫ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ଶୃତ ଲିଖନ, କୁଇଜ୍, ବକୃତା, ସଙ୍ଗୀତ, ଚିତ୍ରାଙ୍କନ ଓ ବିତର୍କ, ପିଏମ୍ ପୋଷଣ ଭଳି ୧୩ଗୋଟି ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୃଢ଼ କରିବା ସହ ପିଲାଙ୍କୁ ବିକଶିତ ଓ ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖରେ ପ୍ରକାଶ କରିବା ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥିଗଣ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅଭୟ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଚିତ୍ତରଞ୍ଜନ ଚିନ୍ତାଡ଼ା, ଚିନ୍ମୟୀ ଦାଶ, ସୁନୀତା ସେଠୀ, ତୃପ୍ତି ଛୁଆଳ ସିଂ, ଆରତୀ ପାଢ଼ୀ , ଯୋଷଦା ମିଣିଆକା, ଜି. ଧାର୍ମାରାଓ, ସର୍ବେଶ୍ୱର ମିଶ୍ର, ଚନ୍ଦ୍ରଶେଖର ବେହେରା, ନାଗେଶ୍ୱର ରାଓ ତୋଇକା, କେ. ବେଣୁଗୋପାଳ ରାଓ, ରମେଶ ଚନ୍ଦ୍ର ମୁଦୁଲି, ଭକ୍ତ ବଲ୍ଲଭ ସାହୁ, ଦୀପକ କୁମାର ସାହୁ ଓ ଗୌରୀଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ମଲ୍ଲିକ ଧନ୍ୟବାଦ ଜଣାଇଥିଲେ।

You may have missed