August 17, 2026

ସାଗରଗୁଆଁରେ ଭାରତମାତାର ୮୦ତମ ସ୍ୱାଧୀନତା ଦିବସ ଏବଂ ହରଘର ତ୍ରିରଙ୍ଗା ମହୋତ୍ସବ ପାଳନ..

IMG-20260816-WA0077
Share

 

 

ବୋଲଗଡ଼,୧୬/୮(ଉପାନ୍ତ ଖବର): ଶହୀଦ କାଳିଆ ଭୂଇଁମୂଳ ଏବଂ ଶହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି ପରିଷଦ ବାଙ୍କୋଇ ତଥା ପି.ଏସ.ଏସ୍‌ ସାଗରଗୁଆଁର ମିଳିତ ଆନୁକୂଲ୍ୟରେ ବିଦ୍ୟା ବିକାଶ ନିକେତନ ସାଗରଗୁଆଁ ଏବଂ ପି.ଏସ.ଏସ ସାଗରଗୁଆଁରେ ଭାରତମାତାର ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ପରିଷଦର ସଭାପତି ଡଃ. ସେବକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ୧୮୧୭ ଖୋର୍ଦ୍ଧା ପାଇକ ବିଦ୍ରୋହର ପୃଷ୍ଠଭୂମିରେ ଅତ୍ୟାଚାରୀ ବିଶ୍ବାସ ଘାତକ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରି ଭାରତମାତାକୁ ସ୍ୱାଧୀନ କରିବା ପାଇଁ ହସି ହସି ଫାଶୀମଞ୍ଚରେ ଆତ୍ମାହୁତି କରିଥିଲେ । ସେ ବିଷୟରେ ଆଲୋଚନା କରିବା ସହ ବର୍ତ୍ତମାନ ଆମେ ସମସ୍ତେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମର ଜନ୍ମଭୂମି ଭାରତ ମାତାକୁ ସଶକ୍ତ ସମୃଦ୍ଧ କରି ଗଢ଼ି ତୋଳିବାକୁ ଶପଥ ନେଇ ମାତା ଏବଂ ମାତୃଭୂମି ସେବାରେ ନିଜକୁ ସଦା ସର୍ବଦା ନିୟୋଜିତ କରିବା ପାଇଁ ଉଦ୍ବୋଧନ ଦେଇଥିଲେ ।ଉକ୍ତ ପର୍ଯ୍ୟାୟରେ ଡଃ. ପଟ୍ଟନାୟକ ମଧ୍ଯ ହରଘର ତ୍ରିରଙ୍ଗା ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ନିଜ ଘରେ ଜାତୀୟ ପତାକାକୁ ଉତ୍ତୋଳନ କରି ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ପଦାରବିନ୍ଦରେ ଭାରତମାତା ତଥା ବିଶ୍ୱର ସର୍ବାଙ୍ଗୀନ ଉନ୍ନତି କାମନା କରି ଆମେ ସମସ୍ତେ ସତଭାବନାର ସହିତ ଏକତା ସୂତ୍ରରେ ବାନ୍ଧି ହୋଇ ପରସ୍ପର ମଧ୍ୟରେ ଭାଇଚାରା ଭାବ ବଜାୟ ରଖି ଆଗେଇବା ପାଇଁ ମତବ୍ୟକ୍ତି କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।