ସ୍ବାଧୀନତା ଦିବସରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ଶତପଥୀଙ୍କ ମୋ ବନ୍ଦୀ ଜୀବନ ପୁସ୍ତକ ଲୋକାର୍ପିତ

ଉଲୁଣ୍ଡା ,୧୬।୮
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ
ଅନ୍ତର୍ଗତ କଳାପଥର ପଂଚାୟତ କାର୍ଯ୍ୟାଳୟରେ ୮୦ ତମ ସ୍ବାଧିନତା ଦିବସ ଅବସରରେ ମୋ ବନ୍ଦୀ ଜୀବନ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ କବି ତଥା ଲେଖକ ସ୍ବର୍ଗତ ରାମଚନ୍ଦ୍ର ଶତପଥୀଙ୍କ ଦ୍ଵାରା ରଚିତ ଏହି ପୁସ୍ତକ ମୋ ବନ୍ଦୀଜୀବନ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ କଲାପଥର ସରପଞ୍ଚ ସୂର୍ଯ୍ୟକାନ୍ତି ମେହର ମୁଖ୍ୟ ଅତିଥି ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଐତିହାସିକ ତଥା ସୁବର୍ଣ୍ଣପୁର ଜିଲ୍ଲା ପୂର୍ବତନ ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ ପ୍ରଫୁଲ୍ଲ ରଥ ଯୋଗଦାନ କରି କହିଲେ ଯେ ସ୍ବର୍ଗତ ରାମଚନ୍ଦ୍ର ଶତପଥୀ ପ୍ରଜା ଆନ୍ଦୋଳନରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।ଏହା ସହିତ ତାଙ୍କୁ ତତ୍ କାଳୀନ ସୋନପୁର ରାଜା ଦୁଇ ବର୍ଷ ରୁ ଅଧିକ କାଳ ବନ୍ଦିକରି ଅକଥନୀୟ ଅତ୍ୟାଚାର କରିଥିଲେ।ଏଥିରେ କିନ୍ତୁ ସେ ଦବି ନଯାଇ ଜେଲରୁ ବାହାରିବା ପରେ ତାଙ୍କ ଭାଇ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଲକ୍ଷ୍ମଣ ମିଶ୍ର ଓ ମୋହନ ମିଶ୍ର ଙ୍କ ସହିତ ସାମିଲ୍ ହୋଇ ଆହୁରି ଦୁର୍ବାର ଆନ୍ଦୋଳନ କରିଥିଲେ।ମୋ ବନ୍ଦୀଜୀବନ ପୁସ୍ତକର ରେ ସେ ତାଙ୍କ ବନ୍ଦୀ ଜୀବନ ଉପରେ ବିସ୍ତୃତ ଭାବରେ ଲେଖିଛନ୍ତି।ଏଣୁ ଏ ପୁସ୍ତକ ସମସ୍ତେ ପଢ଼ିବା କଥା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ହାୟର ସେକେଣ୍ଡେରିର ଅଧ୍ୟକ୍ଷା ଡ ସରସ୍ୱତୀ ଦାସ, ଦଧିବାମନ ତ୍ରିପାଠୀ, ହାଇସ୍କୁଲର ପ୍ରଧାଶିକ୍ଷକ ଲାଲବବୁ ସେଠୀ ଯୋଗଦେଇ ପୁସ୍ତକ ଉପରେ ଆଲୋଚନା କହିଥିଲେ।ପ୍ରଦୀପ ପୁରୋହିତ ଏବଂ ଅଶ୍ୱିନୀ ଶତପଥୀ ସଭା ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ଶତପଥୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ହୃଷିକେଶ ରଥ ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଧିନତା ସଂଗ୍ରାମୀଙ୍କ ପରିବାର ସହିତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।
