August 14, 2026

କୋରାପୁଟ କୃଷି ବିଭାଗର ସମୀକ୍ଷା ବୈଠକ

IMG-20260814-WA0006
Share

 

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, କୋରାପୁଟଙ୍କ ଅଧ୍ୟକ୍ଷତାରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, କୃଷି ଯାନ୍ତ୍ରିକୀକରଣ, ମତ୍ସ୍ୟ, ସମବାୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର (KVK)ର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ କୃଷକ ପଞ୍ଜୀକରଣ (Farmers Registry) କାର୍ଯ୍ୟକୁ ସମୟୋପଯୋଗୀ ଓ ସଠିକ୍ ଭାବେ ସମ୍ପାଦନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ଥିବା ପ୍ରତ୍ୟେକ କୃଷକଙ୍କ ପଞ୍ଜୀକରଣ ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କୃଷକ ପଞ୍ଜୀକରଣ କାର୍ଯ୍ୟକୁ ମିଶନ୍ ମୋଡ୍‌ରେ ତ୍ୱରାନ୍ୱିତ କରିବା ସହ ଏଥିରେ କୌଣସି ପ୍ରକାର ଅବହେଳା ନକରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କୁହାଯାଇଥିଲା।

ବୈଠକରେ ଜିଲ୍ଲାର ବିଭିନ୍ନ ଫସଲର ଚାଷ ଅଞ୍ଚଳ, ସାରର ଉପଲବ୍ଧତା ଏବଂ ଆଗାମୀ କୃଷି କାର୍ଯ୍ୟ ପାଇଁ ବିଭାଗୀୟ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏଥିସହ ଜିଲ୍ଲାର ବର୍ଷା ପରିସ୍ଥିତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। କୌଣସି ଅଞ୍ଚଳରେ ବର୍ଷାର ଅଭାବ ରହିଛି କି ନାହିଁ, ସେନେଇ ଅଧିକାରୀମାନଙ୍କଠାରୁ ସୂଚନା ନେବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଚାଷୀଙ୍କୁ କୃଷି କାର୍ଯ୍ୟର ପ୍ରତ୍ୟେକ ପର୍ଯ୍ୟାୟରେ ଆବଶ୍ୟକ ସହଯୋଗ ଓ ସରକାରୀ ସହାୟତା ଯୋଗାଇଦେବା ସହ କୃଷି ସେବାକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଶାସନର ପ୍ରତିବଦ୍ଧତାକୁ ବୈଠକରେ ପୁନଃ ଦୋହରାଯାଇଥିଲା।

(ଗୁପ୍ତେଶ୍ୱର ରଥ, କୋରାପୁଟ)