August 15, 2026

ଓଡିଶା ସାଂସ୍କୃତିକ ସମାଜ ପୁନର୍ଗଠିତ ଅଶୋକ ପ୍ରଧାନ : ସଭାପତି, ତାପସ ଦାସ : ସମ୍ପାଦକ 

IMG-20260814-WA0003
Share

ସମ୍ବଲପୁର,୧୪. ୦୮: ଓଡ଼ିଶା ସାଂସ୍କୃତିକ ସମାଜର ସାଧାରଣ ବୈଠକ ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଦୀନବନ୍ଧୁ ପଣ୍ଡା ଦୁଇ ବର୍ଷର କାର୍ଯ୍ୟକାଳ ର ସମ୍ବନ୍ଧୀୟ ସମ୍ପାଦକୀୟ kବିବରଣୀ ବିସୃତ ଭାବେ ବର୍ଣ୍ଣନା କରିଥିଲେ। ଶ୍ରେଷ୍ଠ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଅଶୋକ ମିଶ୍ର ଓ ଡ଼. ପରେଶ ଦାନୀଙ୍କୁ ବରିଷ୍ଠ ସଭ୍ୟ ଅରବିନ୍ଦ ମହାପାତ୍ରଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

ସଭାପତି ଡ. ଦାନୀ ତାଙ୍କ କାର୍ଯ୍ୟକାଳ ଭିତରେ ସହଯୋଗ କରିଥିବା ସମସ୍ତ ସଭ୍ୟ ମାନଙ୍କ ପାଖରେ ଧନ୍ୟବାଦ ଦେଇଥିଲେ। ଯୁଗ୍ମ ସମ୍ପାଦକ ଲଳିତ ମୋହନ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ବରିଷ୍ଟ ସାମ୍ବାଦିକ ସୁବାଷ ପାଣିଗ୍ରାହୀ ଓ ଦିଲୀପ ବଘାର ନିର୍ବାଚନ ଅଧିକାରୀ ଦାୟିତ୍ୱ ସମ୍ପାଦନ କରିଥିଲେ l ଆଗାମୀ ଦୁଇ ବର୍ଷ ପାଇଁ ସର୍ବ ସମ୍ମିତି କ୍ରମେ ସଭାପତି ଭାବେ ବରିଷ୍ଟ ସଭ୍ୟ ଅଶୋକ କୁମାର ପ୍ରଧାନ,ଉପସଭାପତି ଭାବେ ଶ୍ରୀମତୀ କବିତା ପୁରୋହିତ ଓ ଡ. ହରିଶଙ୍କର ପଣ୍ଡା,ସମ୍ପାଦକ ଭାବେ ତାପସ ଦାସ, ଯୁଗ୍ମ ସମ୍ପାଦକ ଡ. ସତ୍ୟନାରାୟଣ ଠାକୁର ଓ ଦେବେନ୍ଦ୍ର କୁମାର ପଟେଲ,କୋଷାଧ୍ୟକ୍ଷ ଶମ୍ଭୁ ଭୂଷଣ ସେନ, କାର୍ଯ୍ୟାଳୟ ସମ୍ପାଦକଭାବେ ପ୍ରମୋଦ କୁମାର ପଟ୍ଟନାୟକ,ଆର୍ଥିକ ସମୀକ୍ଷକ ବିଭୂତି ଭୂଷଣ ଦାଶ,ଖାଉଟି ସୁରକ୍ଷା ସମିତି ଆବାହକ ଡ. ସଞ୍ଜୀବ ମିଶ୍ର,ଯୁଗ୍ମ ଆବାହକ ତର୍ପଣ ପ୍ରଧାନ,ପରିବେଶ ସୁରକ୍ଷା ଆବାହକ ସୌମିକ ବାବୁ,ଯୁଗ୍ମ ଆବାହକ ବିଜୟଲକ୍ଷ୍ମୀ ବେହେରା, ଜନ ଶିକ୍ଷା ସମିତି ଆବାହକ ଡ. ଗୌରିଦାସ ପ୍ରଧାନ, ଯୁଗ୍ମ ଆବାହକ ପଙ୍କଜିନୀ ନାୟକ,ପାଠାଗାର ସମିତି ଆବାହକ ଅଖିଳ ରଞ୍ଜନ ପଟ୍ଟନାୟକ,ଯୁଗ୍ମ ଆବାହକ ତଫିଜୁଲ ହୁସେନ,ସଂସ୍କୃତି ସୁରକ୍ଷା ଉପସମିତି ର ଆବାହକ ଲଳିତ ମୋହନ ବେବର୍ତ୍ତା,ଯୁଗ୍ମ ଆବାହକ ଅଜୟ ନାଥ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଡ. ପରେଶ ଦାନୀ,ଦୀନବନ୍ଧୁ ପଣ୍ଡା, ସୁବାଷ ପାଣିଗ୍ରାହୀ,ଦିଲୀପ ବଘାର, ବୋଧରାମ ଦାଶ,ସୂର୍ଯ୍ୟ ପାଣିଗ୍ରାହୀ,ଅରବିନ୍ଦ ମହାପାତ୍ର,ପ୍ରଶାନ୍ତ ପାଟ୍ଟଯୋଶୀ , ଡ଼. ସିଦ୍ଧାର୍ଥ ପଣ୍ଡା,ପ୍ରଫୁଲ୍ଲ ହୋତା,ରାଜେଶ୍ୱରୀ ଦାଶ,ସଞ୍ଜୟ ବାବୁ,ଶିବ ଶଙ୍କର ନନ୍ଦ,ଶଙ୍କର ପ୍ରସାଦ ପତି,ଦୀପକ ପଣ୍ଡା,ମମତା ପଣ୍ଡା,ଗୋବିନ୍ଦ ଅଗ୍ରୱାଲ,ଶିବଶଙ୍କର ଷଡ଼ଙ୍ଗୀ,ସୁଶାନ୍ତ ଗୁରୁ,କୃଷ୍ଣ ଚନ୍ଦ୍ର ବାଗ,ଶ୍ୟାମ ସୁନ୍ଦର ଅଗ୍ରୱାଲ,ସଞ୍ଜୀବ ମିଶ୍ର,କଳ୍ପନା ମିଶ୍ର ଓ ପ୍ରଶାନ୍ତ ମିଶ୍ର ମନୋନୀତ ହୋଇ l

ଶେଷରେ ନବ ନିର୍ବାଚିତ କର୍ମକର୍ତ୍ତା ମାନେ ତାଙ୍କର କାର୍ଯ୍ୟକାଳ ରେ ଅନୁଷ୍ଠାନ ର ଗାରିମା କୁ ବଜାୟ ରଖି ଶୃଙ୍ଖଳା ର ସହ କାର୍ଯ୍ୟ କରିବାକୁ ଶପଥ ପାଠ କରିଥିଲେ l