August 14, 2026

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

IMG-20260812-WA0060
Share

 

ଅଦ୍ୟ ତା.୧୨-୦୮-୨୦୨୬ରିଖ ବୁଧବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସଂକୁଳ ପ୍ରମୁଖ ତଥା ସଂକୁଳ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅମିତ ଲେଙ୍କା(କନିଷ୍ଠ ଯନ୍ତ୍ରୀ ଖୁଣ୍ଟୁଲିପାଲି ବିଦ୍ୟୁତ ବିଭାଗୀୟ ଅଧିକାରୀ) ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ।ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ କୁନି କୁନି ବୈଜ୍ଞାନିକ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସଂକୁଳ ପ୍ରମୁଖ ଡା.ବିବେକାନନ୍ଦ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ମଦନ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସରୋଜ ନନ୍ଦ(ଜେ.ଟି ବ୍ରିକ୍ସର ମାଲିକ ଖୁଣ୍ଟୁଲିପାଲି) ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍ ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବାରିକ ବୃତ୍ତ କଥନ କରିଥିଲେ।ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ଓ ସମାରୋପ ସଂଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ମକୁନ୍ଦ ମହାରଣା,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ଓ ଶ୍ରୀମାନ୍ ରିଙ୍କୁ କୁମାର ଦାଶ ସାହାଯ୍ୟ କରିଥିଲେ।ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୨୬୮ ଜଣ ପ୍ରତିଭାଗୀ ବିଭିନ୍ନ ବିଦ୍ୟାଳୟରୁ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।କୁନି କୁନି ବୈଜ୍ଞାନିକ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ୨୫ଜଣ ପରିଚାଳକ ଓ ୩୩ଜଣ ବିଚାରକ ।କୃତି ପ୍ରତିଭାଗୀ ମାନଙ୍କୁ ଅତିଥି ଅଧିକାରୀମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ସମସ୍ତ ପରିଚାଳକ ମାନଙ୍କୁ ଉପଢୌକନ ଦ୍ବାରା ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଶ୍ରୀମତୀ ତରଙ୍ଗିନୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଶ୍ରୀ ସାନ୍ତ୍ବନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା, ଗୁରୁଜୀ ଓସ ସେବିକା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।

You may have missed