August 13, 2026

ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସମ୍ମାନୀତ 

IMG-20260813-WA0091
Share

 

 

ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ପଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ ହୋଇ ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଥିବା ସୂଚନା ମିଳିଛି. ଚଳିତ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଢିଥିବା ସ୍କୁଲ ତଥା ତାଙ୍କ ଜନ୍ମସ୍ଥାନ ଗୁଜରାଟର ଭଦନଗର ଠାରେ ଅନୁଷ୍ଠିତ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କୃତିତ୍ବର ହାସଲ କରି ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ଫେରିଛନ୍ତି । ଏହି ୭ ଦିନିଆ କାର୍ଯ୍ୟକ୍ରମରେ ଥିଲା ମାନବୀୟ ମୂଲ୍ୟ ଭିତ୍ତିକ ବିଷୟ ସମ୍ପର୍କିତ ଆଲୋଚନାଚକ୍ର । ତାଙ୍କ ସହ ତତ୍ୱାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତି ନିଜର ଉପସ୍ଥାପନ ରଖି ସେ ମଧ୍ୟ ସମ୍ମାନୀତ ହୋଇଛନ୍ତି | ଏହି ମାନବୀୟ ମୂଲ୍ୟବୋଧ ବିଷୟଭିତ୍ତିକ ଗବେଷଣାତ୍ମକ ପ୍ରୟୋଗ ପିଲାଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି ଶୁଭଙ୍କର ପ୍ରକାଶ କରିଛନ୍ତି। ଶୁଭଙ୍କର ବିନୋଦିନୀ କଲେଜର ଅଧକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସୁପୁତ୍ର ଅଟନ୍ତି.

You may have missed