ଗଜପତି:- ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ନେସନାଲ୍ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳିତ
ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଡିଟରିଅମ ହଲ ଠାରେ ଆଜି ନେସନାଲ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳନ ଅବସରରେ ଏକ ବିଶେଷଜ୍ଞ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରିମୋଟ ସେନ୍ସିଙ୍ଗ ଆଧାରିତ ବହୁ ବିଷୟ ଉପରେ ମୁଖ୍ୟତଃ ରିମୋଟ ସେନ୍ସିଙ୍ଗ, ଭୂ-ସ୍ଥାନିକ ପ୍ରଯୁକ୍ତି, କୃଷି, ମୃତ୍ତିକା ସଂରକ୍ଷଣ ଏବଂ ସ୍ଥାୟୀ ଉନ୍ନତି ପରି ବହୁ ବିଷୟ ଉପରେ ଆଲୋଚିତ ହୋଇ ଅଭିଜ୍ଞତା ଓ ମତାମତ ଆଦାନ ପ୍ରଦାନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
ଡଃ ଏ. ଟି. ଜେୟାସିଲାନ ଏବଂ ସମ୍ମାନିତ ଅତିଥି ଭାବେ ଡଃ ପି. ରାଜାଙ୍କ ସମେତ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନିକାଲ ବିଭାଗର ଡିନ୍ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ପଣ୍ଡା, ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର ଏବଂ ପ୍ରଶାସନିକ ନିର୍ଦ୍ଦେଶକ ଡଃ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଶ୍ରୀ ବିକ୍ରମ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଡଃ ଏ. ଟି. ଜେୟାସିଲାନ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଓ ଦୂର ସଂବେଦନ କ୍ଷେତ୍ରର ଗୁରୁତ୍ୱ ବିଷୟରେ ଆଲୋଚନା କରି ନିଜର ଦୀର୍ଘ ଅଭିଜ୍ଞତା ବାଣ୍ଟିବା ସହ ମହାକାଶ ଓ ପୃଥିବୀ ପର୍ଯ୍ୟବେକ୍ଷଣର ଗୁରୁତ୍ଵ ଉପରେ ବିଶେଷ ଆଲୋକପାତ କରିଥିଲେ ।
ସେହିପରି ଡ଼ଃ ପି: ରାଜା କୃଷି ଓ ମୃତ୍ତିକା ଭୁ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାର ଏବଂ ଏହାର ନୂତନ ସମ୍ଭାବନା ବିଷୟରେ ନିଜର ଅଭିଜ୍ଞତା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟିଥିଲେ।
ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ପଣ୍ଡା ସ୍ଥାୟୀ ଉନ୍ନତି ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ ର ପୃଥିବୀ ପର୍ଯ୍ୟବେକ୍ଷଣ ମିଶନର ସଠିକ୍ ବ୍ୟବହାର ଉପରେ ଆଲୋକପାତ କରିଥିଲେ ।
. ଆୟୋଜକ ଓ ସହଯୋଗୀ ସଂସ୍ଥାମାନେ କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ, ଏବଂ ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିଲେ।
• ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଥିବା ଏହି କାର୍ଯ୍ୟକ୍ରମରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ୍ସ ଏଵଂ ମେସିନ ଲର୍ନିଙ୍ଗ ସହଯୋଗ କରିଥିଲେ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ।
ନେସନାଲ ରିମୋଟ ସେନ୍ସିଙ୍ଗ ଦିବସ ଅବସରରେ ଆୟୋଜିତ ଏହି ଆଲୋଚନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଏକ ଜ୍ଞାନବର୍ଦ୍ଧକ ଅନୁଭୂତି ହୋଇଥିଲା।
ମହାକାଶ କାର୍ଯ୍ୟକ୍ରମ, ପୃଥିବୀ ପର୍ଯ୍ୟବେକ୍ଷଣ ଏବଂ କୃଷି ଓ ମୃତ୍ତିକା କ୍ଷେତ୍ରରେ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାର ବିଷୟରେ ଏହି କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ଏକ ନୂଆ ଦୃଷ୍ଟିକୋଣ ଦେବାରେ ବିଶେଷ ସହାୟକ ହୋଇଥିଲା।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————
