September 27, 2026

ଜାମୁ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

hand
Share

 

 

ସାହାରପଡା : (ରତି ରଞ୍ଜନ ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ସାହାରପଡା ଫାଣ୍ଡି ଅନ୍ତର୍ଗତ ଖଡ଼ିବେଡ଼ା ଗ୍ରାମ ନିକଟ ଜାମୁ ଗଛରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ମୃତକ ହେଲେ ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ – ପଇତାମଞ୍ଜା ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଯଶୋବନ୍ତ ମହାନ୍ତ (୩୭)। ଘଟଣା ସମ୍ପର୍କରେ ସୂଚନା ପାଇ ସାହାରପଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ମାନସିକ ଚାପ ଯୋଗୁଁ ଏଭଳି ଘଟଣା ଘଟିଥିବା ଆଶଙ୍କା କରା ଯାଉଥିଲେ ମଧ୍ୟ ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି। ଏନେଇ ପାଟଣା ଥାନାରେ କେସ୍‌ ନମ୍ବର ୪୧ ରୁଜୁ ହୋଇଛି। ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।