August 10, 2026

କଳାହାଣ୍ଡି କନ୍ଧ ସମାଜ ତରଫରୁ ତଥା କିସ ବିଦ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ

IMG-20260810-WA0033
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ରବିବାର କଳାହାଣ୍ଡି ଜିଲ୍ଲା କନ୍ଧ ସମାଜ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତେର ଗୋଟି ବ୍ଲକରୁ ଶହ ଶହ ସଂଖ୍ୟାରେ ଆଦିବାସୀ ଭାଇ ଓ ଭଉଣୀ ମାନେ ଯୋଗଦାନ କରିବାସହ ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ପ୍ରଥମେ ସହରର ଜେଲ ଛକ ଠାରେ ଥିବା ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ ବିଭିନ୍ନ ଆଦିବାସୀ ସଂଗଠନ ଦ୍ୱାରା ପାରମ୍ପରିକ ଆଦିବାସୀ ବେଶଭୁଷା, ଅସ୍ତ୍ରଶସ୍ତ୍ର ଧରି ବାଦ୍ୟ ଓ ନୃତ୍ୟ ପରିବେଷଣ କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ ତିନିଟା ବେଳେ ଶେଷ ହୋଇଥିବାବେଳେ, ଭବାନୀପାଟଣା ସ୍ଥିତ କିସ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟଅତିଥି ଭାବରେ ଆର.ଡି.ସି କମିସନର ଶ୍ରୀଯୁକ୍ତ ପିତାମ୍ବର ଭୋଇ ଯୋଗଦାନ କରିଥିବାବେଳେ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଦ୍ବୀପ ପ୍ରଜ୍ବଳନ କରିବାପରେ ସହିଦ ରେଣ୍ଡୋ ମାଝୀ ଏବଂ ବିର୍ଶା ମୁଣ୍ଡାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ସମସ୍ତ ଅତିଥିଗଣ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ କିସ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହିସହ ମୁଖ୍ୟଅତିଥିଙ୍କ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

You may have missed