November 26, 2024
Share

╭─────────────────────╮
🌄, ୧୦-ଜୁନ-୨୦୨୩, ଶନିବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସୋରଡା ଏନଏସିର ଉନ୍ନତିକରଣ ପାଇଁ ମୋଟ ୩୭ଟି ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️ ୨-ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି.. ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା l

➡️୩-ଭୁତ ଭୟରେ ଭାଙ୍ଗିଲା ଶବ ରଖାଯାଇଥିବା ସ୍କୁଲ ଘର, ବାହାନଗା ସ୍କୁଲର ହେବ ପୁନଃନିର୍ମାଣ l ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦେଶ l

➡️୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ୍‌ ୨୧ ତାରିଖରୁ ୪ ଦିନିଆ ଆମେରିକା ଗସ୍ତରେ ଯିବେ l ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ସରକାରୀ ଗସ୍ତ।

➡️୫-ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ, ମଞ୍ଚରେ ଟଳିପଡ଼ିଲେ ମାଲେସିଆ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ୍।

➡️୬-ଜିରା ଦରରେ ​ରେକର୍ଡ ବୃଦ୍ଧି, ବର୍ଷକରେ ବଢ଼ିଲାଣି ୫ଶହ l କିଲୋ ୭ଶହ ଟଙ୍କାରେ ହେଉଛି ବିକ୍ରି l ତଥ୍ୟ ଅନୁଯାୟୀ, ଜିରାର ପାଇକାରୀ ମୂଲ୍ୟ ୨୦୨୨ ଜୁନରେ ୧୫୦ଟଙ୍କା ଥିଲା।

➡️୭-22 ବର୍ଷ ପରେ ପୁଣି ଥରେ ରିଲିଜ ହେଲା ଅନିଲ ଶର୍ମାଙ୍କ ୨୦୦୧ମସିହାର ବ୍ଲକବଷ୍ଟର ଫିଲ୍ମ ଗଦର: ଏକ ପ୍ରେମ କଥା l

➡️୮-୨୫୦ କୋଟି ଟଙ୍କା ଖଣି ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି: ଏକାଧିକ ରାଜ୍ୟର ୨୭ଟି ସ୍ଥାନରେ ହେଲା ଚଢ଼ାଉ ।

➡️୯-ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ କରି ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସାଓମୀ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରି ୫୫୫୧.୨୮ କୋଟି ଟଙ୍କାର କାରବାର କରିଛି।

➡️୧୦-ସମସ୍ତ ପୋଷ୍ଟ୍‌କୁ ହଟାଇ ଦେଇ ସୋସିଆଲ୍‌ ମିଡିଆରୁ ବିରତି ନେଲେ ଅଭିନେତ୍ରୀ କାଜଲ୍‌ l

➡️୧୧-ଟ୍ୱିଟର ପରେ ଏବେ ମେଟା ଭାରତରେ ଲଞ୍ଚ କଲା ଭେରିଫାଏଡ୍ ପ୍ରୋଗ୍ରାମ l ଭାରତ ପାଇଁ ଏହାର ମୂଲ୍ୟ ମାସକୁ ୬୯୯ ଟଙ୍କା ରହିଛି।

➡️୧୨-ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ, ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ l ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଭାବେ ଅରବିନ୍ଦ ଅଗ୍ରୱାଲ ହେଲେ ନିଯୁକ୍ତ l

➡️୧୩-୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ: ବଦଳିଲେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି l

➡️୧୪-ଏଣିକି ନାଗାଲାଣ୍ଡରେ ବିକ୍ରି ହୋଇପାରିବ କୁକୁର ମାଂସ, କଟକଣା ଉଠାଇଲେ ହାଇକୋର୍ଟ l

➡️୧୫-ଲଗାତାର ଦୁଇ ସପ୍ତାହରେ ହ୍ରାସ ପରେ ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୫.୦୬ ବିଲିୟନ ଡଲାରର ଫରେକ୍ସ ରିଜର୍ଭ l

➡️୧୬-ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ସିନ୍ ରି-କ୍ରିଏସନ କଲା ଦିଲ୍ଲୀ ପୁଲିସ l

➡️୧୭-ନିର୍ବାଚନ ପୂର୍ବରୁ ଅଡୁଆରେ ଟ୍ରମ୍ପ, ସମ୍ବେଦନଶୀଳ ସରକାରୀ କାଗଜପତ୍ର ରଖିଥିବା ନେଇ ଆସିଲା ଅଭିଯୋଗ l

➡️୧୮-WTC ଫାଇନାଲ୍‌, ସରିଲା ୩ୟ ଦିନର ଖେଳ l ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ଭାରତ, ଅଷ୍ଟ୍ରେଲିଆ ୨୯୬ ରନ୍‌ରେ ଆଗୁଆ, ବ୍ୟାକଫୁଟ୍‌ରେ ଭାରତ l

➡️୧୯-ଭୁବନେଶ୍ୱର ରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଅଭିଯାନରେ ଭାରତର ବିଜୟ ଅଭିଯାନ: ମଙ୍ଗୋଲିଆକୁ ୨-୦ ଗୋଲ୍‌ରେ ହରାଇଲା l

➡️୨୦-ମୋବାଇଲ୍ ୟୁଜର୍ସ ପ୍ରଶଂସକଙ୍କ ପାଇଁ ଖୁସିର ଖବର l ଡିଜନୀର ଦେବ ବଡ଼ ଉପହାର, ଏଣିକି ମାଗଣାରେ ଦେଖି ପାରିବେ ଏସିଆ କପ୍ ଓ ବିଶ୍ଵକପ୍ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ପାରିବାରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଦିବସ ll
🔅ଆଜି ଜାତୀୟ କଳା ଗାଈ ଦିବସ ll

ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed