June 13, 2026

ହାଟଡିହି କଲେଜ ଟପର୍ ସୁପ୍ରିୟା ପ୍ରିୟଦର୍ଶନୀ

02209f85-aa46-4fe3-8ea9-882fc25c5712
Share

ହାଟଡିହି, ପାଇଛି ଯୁକ୍ତ ଦୁଇ କଳାର ପରୀକ୍ଷାଫଳ। ଏଥିରେ ହାଟଡିହି କଲେଜ ବିଶେଷ ସଫଳତା ଲାଭ କରିଛି। ପ୍ରଥମ ଶ୍ରେଣୀରେ ୩୪ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୨୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସୁପ୍ରିୟା ପ୍ରିୟଦର୍ଶନୀ ଜେନା ୪୯୭ ମାର୍କ ରଖ୍ କଲେଜର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆଡହୁରିଆ ଗାଁର ନକୁଳ ଜେନା ଓ ଦମୟନୀ ଜେନାଙ୍କ ସୁପୁତ୍ରୀ ସୁପ୍ରିୟା ପ୍ରିୟଦର୍ଶନୀ। ସେହିପରି ଶୁଭସ୍ମିତା ବେହେରା ୪୯୨ ମାର୍କ ରଖୁ ଦ୍ବିତୀୟ ଓ ଦିବ୍ୟ ଦର୍ଶନ ଘୋଷ ୪୭୯ ମାର୍କ ରଖୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କର ଏହି ସଫଳତାରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବହୁ ବ୍ୟକ୍ତିବିଶେଷ ଓ ସଂଗଠନ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହ ରୁ