November 26, 2024

ପଡ଼ିଆରେ ଚାଲିଛି ପୋଖରୀ ପୁରରୁଦ୍ଧାର କାର୍ଯ୍ୟ ; ରାତିରେ ଲାଗୁଛି ମେସିନ୍

Share

 

 

ବେଲଗୁଣ୍ଠା, 09/06, ମହାତ୍ମାଗାନ୍ଧୀ

ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଲୋକଙ୍କୁ କାମ ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅଧିକ ଲାଭ ଆଶାରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ସମସ୍ତେ ବହୁ ସମୟରେ ମେସିନ୍ ଦ୍ୱାରା କାମ କରି ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବହୁ ସମୟରେ ଦେଖିବାକୁ ମିଳିଥାଏ I ବର୍ତ୍ତମାନ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ପଂଚାୟତର ଆମ୍ବପୁଆ ଗ୍ରାମରେ I ସବୁଠାରୁ ବଡ଼ କଥା ହେଉଛି ଏଠାରେ ପୋଖରୀ ନଥାଇ ପଡ଼ିଆରେ ଚାଲିଛି ପୋଖରୀ ପୁନରୁଦ୍ଧାର I ସୂଚନା ଫଳକର ସୂଚନା ପ୍ରକାରେ ଆର୍ଥିକ ବର୍ଷ 2022-23 ପାଇଁ ଗ୍ରାମର ଗଡ଼ ପଡ଼ିଆ ବନ୍ଧର ପୁନରୁଦ୍ଧାର ବା ଉନ୍ନତୀକରଣ ଆଠ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି I କିନ୍ତୁ ଗଡ଼ ପଡିଆ ଏକ ପଡ଼ିଆର ହିଁ ନାମ ଏବଂ ଏଠାରେ ପୂର୍ବରୁ କୌଣସି ପୋଖରୀ ନଥିବା ବେଳେ ପୋଖରୀ ଉନ୍ନତିକରଣ ପାଇଁ କେଉଁ ଆଧାରରେ କାର୍ଯ୍ୟାଦେଶ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି I ଏତଦ୍ ବ୍ୟତୀତ ମନରେଗା ଯୋଜନା କାର୍ଯ୍ୟରେ କୌଣସି ପ୍ରକାର ମେସିନ୍ ଲାଗିବା ବେଆଇନ୍ ହୋଇଥିବା ବେଳେ ଏଠାରେ 15 ଦିନରୁ ଊର୍ଦ୍ଧ୍ଵ ସମୟ ଧରି ଖୋଲାଖୋଲି ଭାବେ ମେସିନ୍ ଲାଗୁଥିବା ଦେଖିବାକୁ ମିଳିଛି I ଆଇନ୍ କୁ ଆଖି ଠାର କଲା ଭଳି ଏହି କାର୍ଯ୍ୟରେ ଦିନ ବେଳେ ମାତ୍ର ଚାରିଜଣ ଶ୍ରମିକ କାର୍ଯ୍ୟ କରୁ୍ଥିବା ବେଳେ ପ୍ରତିଦିନ ରାତିରେ ପୋଖରୀ କାର୍ଯ୍ୟରେ ମେସିନ୍ ର ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି I ଏନେଇ ସଂପୃକ୍ତ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ସେ ସରପଞ୍ଚଙ୍କ ସହ କଥା ହେବାକୁ କହି ଏଡାଯାଇଥିବା ବେଳେ ସଂପୃକ୍ତ ସରପଞ୍ଚ ଏନେଇ କୌଣସି ଉତ୍ତର ଦେଇନାହାଁନ୍ତି I ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ନିରପେକ୍ଷ ତଦନ୍ତ କରି ମେସିନ୍ ଲଗାଇ ଗରୀବ ଶ୍ରମିକଙ୍କ ଟଙ୍କା ଲୁଟୁଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି I

 

 

ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.