August 8, 2026

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର 

IMG-20260807-WA0129
Share

 

ବୁଗୁଡ଼ା : ତା ୦୭/୦୮/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠଚକ୍ରର ଶୀର୍ଷକ “ଓମେନ୍ସ ପାର୍ଟିସପେସନ ଇନ୍ ଓଡିଶା ପଞ୍ଚାୟତରାଜ ଇଲେକସନ : କନଷ୍ଟିଚ୍ଯୁନାଲ୍ ପ୍ରୋଭିଜନସ୍ ଏଣ୍ଡ ଚ୍ଯାଲେଞ୍ଜସ୍ ଇନ୍ ଦି ଟ୍ବାଣ୍ଟି-ଫାଷ୍ଟ ସେଞ୍ଚୁରୀ” ରହିଥିଲା। କଲେଜ ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ସଂରକ୍ଷଣ ସହ ତ୍ରିସ୍ତରୀୟ ଓଡିଶା ପଞ୍ଚାୟତରାଜ ନିର୍ବାଚନରେ ମହିଳାଙ୍କ ଅଂଶ ଗ୍ରହଣ ଏବଂ ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ଯବସ୍ଥା ଓ ଆହ୍ବାନ ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ନବ ନିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭାଗୀୟ ଶେଷ ବର୍ଷ ଛାତ୍ରୀ ବର୍ଷା ସ୍ବାଇଁ ଓ ଗିତାଞ୍ଜଳୀ ପାଢୀ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏଥି ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed