ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା
ସମ୍ବଲପୁର ତା.୦୬/୮: – ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ପାଢ଼ୀ ଓ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଙ୍କ ଅନୁମୋଦନ କ୍ରମେ ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ ଆଜି ତାଙ୍କର ଜିଲ୍ଲା ଟିମ ର ସମସ୍ତ ପଦବୀ ର ପଦାଧିକାରୀ ଙ୍କ ନାମ ଘୋଷଣା କରିଛନ୍ତି ।
ପ୍ରଦତ୍ତ ପ୍ରେସ ବିଜ୍ଞପ୍ତି ଅନୁସାରେ ଜିଲ୍ଲା ଉପସଭାପତି ଭାବରେ ସୁଜୟ ପାଣିଗ୍ରାହୀ, ଶ୍ରୀକାନ୍ତ ପଟେଲ, ଯମୁନା ମହାକୁଡ଼, ସନ୍ତୋଷ କୁମାର ଧଳ ଓ ମନୋରଞ୍ଜନ ନାୟକ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଦୁଷ୍ମନ୍ତ ବିଶ୍ୱାଳ ଓ ସୁବୋଧ ପଟେଲ ଙ୍କୁ ଦାୟିତ୍ୱ ଦିଆଯାଇଛି ।
ମୋର୍ଚ୍ଚା ର ଜିଲ୍ଲା ସମ୍ପାଦକ ଭାବରେ ସ୍ୱର୍ଣ୍ଣଲତା ପ୍ରଧାନ, ଅରୁଣ ପ୍ରଧାନ, ନିଶା ତ୍ରିପାଠୀ, ଆର୍ତ୍ତତ୍ରଣ ପଣ୍ଡା ଓ ନିର୍ମଳ ବଢ଼େଇ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନିଳାମ୍ବର ସାହୁ ଙ୍କୁ ଜିଲ୍ଲା କୋଷଧକ୍ଷ ଦାୟିତ୍ୱ ଦିଆଯାଇଛି ।ସେହିପରି କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରମେଶ ରାଏ, ସୁରଜ ସେନାପତି, ରଞ୍ଜିତା ମାଝୀ, ସୁମନ୍ତ ପଟେଲ, ସଞ୍ଜୟ କୁମାର ପ୍ରଧାନ, ଶ୍ରବଣ କୁମାର ସାହୁ, ସୁଦୀପ୍ତ ପଟେଲ, ନୁଆସ ବାଘ୍, କବିତା ସେଠ, ଅର୍ଜୁନ ସାହୁ, ଅଶୋକ ନାଥ, ରାମକୃଷ୍ଣ ଦାସ, ଅମୂଲ୍ୟ ପ୍ରଧାନ, ସୁରେଶ ଛନ୍ଦ, ବେବିନା କଠାର, ରାଧେଶ୍ୟାମ ପ୍ରଧାନ, ସୁରଜ ସେନାପତି, ବାବୁଲାଲ ସାହୁ, ଭିକ୍ଷୁ ଦମୋଦର ପଟେଲ, ସୁଦୀପ୍ତ ପଟେଲ, କହ୍ନେଇ ଚରଣ ନାୟକ, ନବୀନ ପଲେଇ, ଅଭିଷେକ ପ୍ରଧାନ ଓ ସଞ୍ଜୀବ ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ କୃଷକମାନଙ୍କୁ ସଂଗଠନ ସହ ଯୋଡ଼ିବା ଲକ୍ଷ୍ୟରେ ଏହି ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଛି । ନୂତନ ପଦାଧିକାରୀମାନେ ସଂଗଠନର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ସହ ଜିଲ୍ଲାରେ କୃଷକ ମୋର୍ଚ୍ଚାକୁ ଆହୁରି ସକ୍ରିୟ କରିବା ପାଇଁ କାମ କରନ୍ତୁ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଆହ୍ୱାନ ଦେଇଛନ୍ତି ।
