August 6, 2026

ବୁଗୁଡ଼ା ବନ ବିଭାଗ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା 

IMG-20260806-WA0066
Share

 

ବୁଗୁଡ଼ା : ତା ୦୬/୦୮/୨୬ : ୭୨ତମ ବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ବୁଗୁଡ଼ା ବନ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କନିଷ୍ଠ ବର୍ଗ ପାଇଁ ଶୀର୍ଷକ “ପ୍ରକୃତି ପାଇଁ ମଣିଷ” ଏବଂ ବରିଷ୍ଠ ବର୍ଗ ପାଇଁ “ପ୍ରକୃତି ଭିତରେ ମଣିଷ” ଶୀର୍ଷକ ଉପରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ୩୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ବରିଷ୍ଠ ବର୍ଗରେ ସ୍ୱସ୍ତିକ ମହାନ୍ତି- ପ୍ରଥମ, କେ.ରଶ୍ମିତା ପାତ୍ର-ଦ୍ଵିତୀୟ , ଶୁଭଶ୍ରୀ ପ୍ରିୟଦର୍ଶିନୀ ମହାରଣା-ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ ସାଇ ସ୍ୱରାଜ ପଣ୍ଡା-ପ୍ରଥମ, ସ୍ବର୍ଣ୍ଣଭ ଜେନା-ଦ୍ଵିତୀୟ, ସୁଧାଂଶୁ ପାଢ଼ୀ-ତୃତୀୟ ସ୍ଥାନ ଅଧିକାର କରିଥିଲେ l ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବି.ଗୋପାଳ ପାତ୍ର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବୁଗୁଡା ବନପାଳ ସୁଧୀର ପଟ୍ଟନାୟକ ,ଡିଓ ସନ୍ତୋଷ କୁମାର ସାହୁ, ବନରକ୍ଷୀ ଯଶସ୍ୱିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ l