August 5, 2026

ନବୀନଙ୍କ ସମ୍ପର୍କରେ ଓଡିଶା ରିପୋର୍ଟରରେ ଖବର ପ୍ରକାଶିତ ପ୍ରସଙ୍ଗ

IMG-20260805-WA0060
Share

 

 

ଉଦେ୍ଦଶ୍ୟମୂଳକ ଭାବେ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ମିଥ୍ୟା ଖବର ପରିବେଷଣ କରାଯାଇଛି: ବିଜେଡି

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କିତ ଏକ ଖବର ଓଡିଶା ରିପୋର୍ଟରରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ଏହାକୁ ଦୃଢ଼ ଖଣ୍ଡନ କରିଛି । ଏହି ଖବର ସତ୍ୟ ଉପରେ ଆଧାରିତ ନୁହେଁ ଓ ଉଦେଶ୍ୟ ପ୍ରଣୋଦିତ ଭାବେ ନବୀନ ପଟ୍ଟନାୟକଙ୍କ ଛବିକୁ ମଳିନ କରିବା ପାଇଁ ଏପରି ମିଥ୍ୟା ଖବର ପରିବେଷଣ କରାଯାଇଛି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗତକାଲି ଓଡିଶା ରିପୋର୍ଟରେ ପ୍ରକାଶିତ ହୋଇଥିବା ଖବରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଦୀର୍ଘ ୭ ଦିନ ହେଲାଣି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ୱରରେ ଥିବା ଏମ୍ସରେ ଭର୍ତ୍ତି ହେବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ସୁଦ୍ଧା, ନବୀନ ପଟ୍ଟନାୟକ ତାଙ୍କୁ କୌଣସି ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା । କିନ୍ତୁ ଖବରଟି ସତ୍ୟ ଉପରେ ଆଧାରିତ ନୁହେଁ । କାରଣ ଜୁଲାଇ ୨୮ ତାରିଖରେ ଏହି ବ୍ୟକ୍ତି ଏକ ଚିଠି ମାଧ୍ୟମରେ ଏମ୍ସରେ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ସେହିଦିନ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ୱାରା ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇ ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଅନୁରୋଧ କରାଯାଇଥିଲା . ଏହା ଭିନ୍ନ କଥା ଯେ, ଏହି ଚିଠି ପାଇବା ପରେ ଏମ୍ସ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭର୍ତ୍ତି କରିନଥିଲେ । ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳୀର ବ୍ୟକ୍ତିଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ । କେବଳ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏଭଳି କରାଯାଇଛି । ମିଥ୍ୟା ଖବର ପରିବେଷଣ କରି କେବଳ ଟିଆରପି ହାସଲ ଲକ୍ଷ୍ୟରେ ଅଥବା କିଛି ରାଜନୈତିକ ସ୍ୱାର୍ଥ ହାସଲ ଉଦେ୍ଦଶ୍ୟ ରହିଛି ବୋଲି ଡ଼ ମହାନ୍ତି ଅଭିଯୋଗ

କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ସମ୍ପୃକ୍ତ ବ୍ୟକ୍ତି ଆଜି ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।