ବାରଟି କେନାଲ ର ଜଳ ଏବଂ ଦଳ ନିଷ୍କାସନ ସୁବିଧା କରାଗଲେ ଚାଷୀମାନେ ହନ୍ତସନ୍ତ ହେବେନାହିଁ
ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ତଳମାଳ ଗ୍ରାମପଞ୍ଚାୟତ ର ଲଘୁଚାପ ଜନିତ ବର୍ଷା ଏବଂ ବନ୍ୟାପାଣି ରେ ହନ୍ତସନ୍ତ ବିଭିନ୍ନ ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟା ବୁଲି ଦେଖିଥିଲେ ପୁରୀଜିଲ୍ଲା ପ୍ରକୃତିକ ବିପର୍ଯୟ ପ୍ରତିକାର କ୍ରିୟାନୁଷ୍ଠାନ ର ଆବାହକ ବିହାରୀବନ୍ଧୁ ପଲାଇ, ସଭାପତି ଦେବରାଜ ବଳିୟାରସିଂ ଏବଂ ସମ୍ପାଦକ ରଘୁନାଥ ସାହୁ l ଚାଷୀମାନଙ୍କ ବୁଡ଼ିଯାଇଥିବା ଚାଷଜମି ଦେଖି ଦୁଃଖ ପ୍ରକାଶ କରିବା ସହିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବାରୋଟି କେନାଲ ର ପୁନରାଉଦ୍ଧର କରାଗଲେ ଏଭଳି ସମସ୍ୟା ଦେଖିବାକୁ ମିକିବନି ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କୃଷିଜୀବୀ ସମ୍ମିଳନୀ ବ୍ରହ୍ମଗିରି ଏବଂ ରାଜ୍ୟ କୃଷିବାହିନୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
