ମେରୁଦଣ୍ଡ କର୍କଟ ପୀଡ଼ିତ ଶିଶୁଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲେ ସମାଜସେବୀ ଦିଲୀପ କୁମାର ଦାସ.( ଶନିଭାଇ )
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଚକଜଗନ୍ନାଥପୁର ପଞ୍ଚାୟତର ଅତାପୁର ଗ୍ରାମର ଅଶୋକ ପେରେଇଙ୍କ ଏକମାତ୍ର ପୁତ୍ର ଦୀର୍ଘଦିନ ଧରି ମେରୁଦଣ୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଦୀର୍ଘଦିନର ଚିକିତ୍ସା ଯୋଗୁଁ ପରିବାର ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ଖବର ପାଇ ସମାଜସେବୀ ଦିଲୀପ କୁମାର ଦାସ (ଶନିଭାଇ) ସ୍ୱୟଂ ପୀଡ଼ିତ ଶିଶୁଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଶିଶୁର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହିତ ଆଗାମୀ ଦିନରେ ମଧ୍ୟ ଶିଶୁର ଚିକିତ୍ସା ପାଇଁ ଯଥାସମ୍ଭବ ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଦିଲୀପ କୁମାର ଦାସ (ଶନିଭାଇ) ଦୀର୍ଘଦିନ ଧରି ଅସହାୟ, ରୋଗାକ୍ରାନ୍ତ ଓ ବିପଦଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇ ଆସୁଛନ୍ତି। କର୍କଟ ପୀଡ଼ିତ, ଦୁର୍ଘଟଣାଗ୍ରସ୍ତ ଓ ଆର୍ଥିକ ସଙ୍କଟରେ ଥିବା ଅନେକ ପରିବାରଙ୍କୁ ସେ ପୂର୍ବରୁ ମଧ୍ୟ ସହାୟତା କରି ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। କେବଳ ଆର୍ଥିକ ସହଯୋଗ ନୁହେଁ, ବିପଦ ସମୟରେ ପୀଡ଼ିତ ପରିବାରଙ୍କ ପାଖରେ ଛିଡ଼ା ହୋଇ ସାହସ ଓ ଭରସା ଦେବା ହିଁ ତାଙ୍କର ସେବାମୂଳକ କାର୍ଯ୍ୟର ପ୍ରକୃତ ପରିଚୟ। ତାଙ୍କର ଏହି ନିଃସ୍ୱାର୍ଥ ସେବାଭାବକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଥିବା ବେଳେ ସମାଜ ପାଇଁ ଏହା ଏକ ପ୍ରେରଣାଦାୟକ ଉଦାହରଣ ବୋଲି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
