September 22, 2026

ଗେଙ୍ଗୁଟିଆରେ ପଶୁ ସ୍ୱାସ୍ଥ୍ୟ ଶିବିର; ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ବିଭାଗ

IMG-20260801-WA0052
Share

 

: ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ଅଧୀନ ରେଙ୍ଗାଲୀ ସେକ୍ସନର ଗେଙ୍ଗୁଟିଆ ଗ୍ରାମରେ ମୋବାଇଲ୍ ଭେଟେନାରୀ ୟୁନିଟ୍ (MVU) ଓ ବନ ବିଭାଗର ମିଳିତ ଉଦ୍ୟମରେ ଏକ ପଶୁ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।

 

ଶିବିରରେ ଗାଈ, ବଳଦ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଚିକିତ୍ସା ଏବଂ ରୋଗ ପ୍ରତିରୋଧ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ସହ ପଶୁପାଳନରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।

 

ବନ ବିଭାଗର ଅଧିକାରୀମାନେ ବନ୍ୟପ୍ରାଣୀ ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କ ଭୂମିକା, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ କମାଇବାର ଉପାୟ ଏବଂ ଜଙ୍ଗଲ ସମ୍ପଦର ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।

 

ଅଧିକାରୀମାନେ କହିଥିଲେ, ଗୃହପାଳିତ ପଶୁ ସୁସ୍ଥ ରହିଲେ ବନ୍ୟପ୍ରାଣୀଙ୍କ ମଧ୍ୟରେ ରୋଗ ସଂକ୍ରମଣର ଆଶଙ୍କା କମିଥାଏ। ଏଭଳି ସମୁଦାୟଭିତ୍ତିକ ସ୍ୱାସ୍ଥ୍ୟ ଶିବିର ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସନ୍ତୁଳନ ରକ୍ଷାରେ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

You may have missed