August 1, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ

IMG-20260801-WA0011
Share

 

ଆଜି ଜୁଲାଇ ୩୧ ଶୁକ୍ରବାର ଦିନ ମାଇଁ ଭାରତ ପୁରୀ ତରଫରୁ ସିପସରୁବାଲି ସୁରଜ ମଲ ସାହା ମହାବିଦ୍ୟାଳୟ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ସୁରଜମଲ ସାହା ମହାବିଦ୍ୟାଳୟ ର ଅଧକ୍ଷ ଧନୁର୍ଧର ମୁଦୁଲି eb ମାଇଁ ଭାରତ ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ପରେପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ତଥା ରିଲସ କମ୍ପିଟିସନ,ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ଶେଷରେ ବିକଶିତ ଭାରତ ପାଇଁ ଯୁବକ ମାନେ ନିଶାମୁକ୍ତ ରହିବାପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ସଭା କାର୍ଯ୍ୟକ୍ରମ ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧକ୍ଷତା ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୁରେଇ ରହି ଯୁବସମାଜ ରେ ନିଶା ସେବନ ର ବିରୋଧ କଥା ପହଞ୍ଚାଇ ପାରିଲେ ଏକ ସୁନ୍ଦର ଭାରତ ଗଠନ କରାଯାଇ ପାରିବବୋଲି ନିଜର ବକ୍ତବ୍ୟ ରେ ଜଣାଇଥିଲେ l ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ମହାବୀର ରୁଦ୍ରନାରାୟଣ ସାହୁ କହିଥିଲେ ଯେ ଭାରତବର୍ଷ ହେଉଛି ଯୁବଶକ୍ତିର ମେରୁଦଣ୍ଡ, ତେଣୁ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୁରେଇ ରହିଲେ ଏକ ସୁନ୍ଦର ବିକଶିତ ଭାରତ ଗଠନ ହେବାରେ କୌଣସି ବାଧା ଉପୁଜିବ ନାହିଁ l ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଭାସ୍କର ପୂଜାରୀ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ପାଞ୍ଚୁ , ବାସୁଦେବ , ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l