ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପରିସରରେ ଇନ୍ନୋଭେସନ ଆଣ୍ଡ ଷ୍ଟାର୍ଟଅପ କମ୍ପିଟିସନ୨୦୨୬ ଉପରେ ଏକ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରାଧ୍ୟାପକ ଧନୁର୍ଧର ମୁଦୁଲିଙ୍କ ଅଧକ୍ଷତାରେ ଇନ୍ନୋଭେସନ ଆଣ୍ଡ ଷ୍ଟାର୍ଟଅପ କମ୍ପିଟିସନ୨୦୨୬ ଉପରେ ଏକ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ, ରବିନାରାୟଣ ମହାପାତ୍ର, ଆବାହକ ଅଜିତ କୁମାର ଦଳାଇ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହିତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଥିଲେ l ଅଧକ୍ଷ ଶ୍ରୀଯୁକ୍ତ ମୁଦୁଲି ଆଜିର ଯୁବ ସମାଜ ଆବଶ୍ୟକ ସୃଜନଶୀଳତା ଅବଗତ କରାଇଥିଲେ l ଅଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ ଯୁବ ସମାଜର ଆବଶ୍ୟକତା ଓ ଭୂମିକା ଉପରେ ଅବଗତ କରାଇଥିଲେ l ପରିଶେଷରେ ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ର ବିଭିନ୍ନ ତଥ୍ୟ ଉପରେ ଅବଗତ କରାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ l
ଅଧ୍ୟାପକ ବିଷ୍ଣୁପ୍ରସାଦ ଷଡ଼ଙ୍ଗୀ, ଅଧ୍ୟାପିକା କଳାଶ୍ରୀ ରଥ,ଅନ୍ନପୂର୍ଣ୍ଣା ଦାସ ଓ ସଂଗୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
