July 31, 2026

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

IMG-20260731-WA0061
Share

 

 

*ମାଲକାନଗିରି,୩୧/୭/୨୬:*

 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆଜି ଅବସର ଗ୍ରହଣ କରିଥିବା ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ଡେପୁଟି କଲେକ୍ଟର ଏନ୍. ଜଗଜୀବନ ଚୌଧୁରୀ ଏବଂ ମାଲକାନଗିରି କଲେକ୍ଟରେଟ୍‌ର ସେକ୍ସନ ଅଫିସର ବାଣୀ କିଙ୍କର ପଟ୍ଟନାୟକ

ଆଜି ସେବାନିବୃତ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାରେ ବିଦାୟୀ ଓଏଏସ ଅଧିକାରୀ ଶ୍ରୀ ଚୌଧୁରୀଙ୍କ ଗୌରବମୟ କାର୍ଯ୍ୟକାଳ ସମ୍ପର୍କରେ ଆଲୋକପାତ କରି ସହଯୋଗୀ ମାନେ ପ୍ରକାଶ କରିଥିଲେ ଯେ, ୧୯୮୯ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ଚୌଧୁରୀଙ୍କ ଦୀର୍ଘ ସେବାକାଳ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଚିତ୍ରକୋଣ୍ଡା, ଉମରକୋଟ ଓ ନାରାୟଣପାଟଣାର ତହସିଲଦାର ଭାବେ, ନର୍ଲାର ବିଡିଓ ଭାବେ ଏବଂ କୋରାପୁଟ ଓ ମାଲକାନଗିରି କଲେକ୍ଟରେଟ୍‌ରେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଓ ଜନସେବା ସଦା ସ୍ମରଣୀୟ ହୋଇ ରହିବ। ସେହିପରି ଶ୍ରୀ ପଟ୍ଟନାୟକଙ୍କ ସେବାକାଳକୁ ସ୍ମରଣ କରି ସହଯୋଗୀ ମାନେ କହିଥିଲେ, ୧୯୯୬ ମସିହାରୁ ମାଲକାନଗିରି ଓ କାଲିମେଳା ତହସିଲ ଠାରୁ ଆରମ୍ଭ କରି କୋରୁକୋଣ୍ଡା ଓ ପୋଡ଼ିଆ ବ୍ଲକ ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶାସନିକ ସେବା ଓ ନିଷ୍ଠା ସର୍ବଦା ଅନୁକରଣୀୟ ହୋଇ ରହିବ। ଜଣେ ଦକ୍ଷ ସେକ୍ସନ ଅଫିସର ଭାବେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା କୃତଜ୍ଞ। ହୋଇ ରହିବ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ଵୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ସୁଖମୟ ଓ ନିରାମୟ ଅବସର ଜୀବନ କାମନା କରିଥିଲେ। ଶେଷରେ ସମସ୍ତ କର୍ମଚାରୀ ସେମାନଙ୍କ ଶୃଙ୍ଖଳିତ କାର୍ଯ୍ୟଶୈଳୀକୁ ମନେପକାଇ ଭାବବିହ୍ୱଳ ବିଦାୟ ଦେଇଥିଲେ।

You may have missed