July 30, 2026

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ‘ନାରୀ ସୁରକ୍ଷା ଓ ସଶକ୍ତିକରଣ’ ସଚେତନତା କାର୍ଯ୍ୟକ୍ରମ

IMG-20260730-WA0044
Share

 

ସାନଖେମୁଣ୍ଡି, ୩୦/୦୭: (ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ‘ନାରୀ ସୁରକ୍ଷା ଓ ସଶକ୍ତିକରଣ’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକର ସିଡିପିଓ କୁମାରୀ ଭବାନୀ ବେହେରା ମୁଖ୍ୟ ପ୍ରବକ୍ତା ଭାବେ ଯୋଗଦେଇ ନାରୀ ସୁରକ୍ଷା, ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ, ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ଛାତ୍ରୀମାନଙ୍କୁ ନିର୍ଭୟ ଭାବେ ନିଜ ଅଧିକାର ସମ୍ପର୍କରେ ସଚେତନ ରହିବା ସହ ସମାଜରେ ସମ୍ମାନ ଓ ସ୍ୱାଭିମାନର ସହିତ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମକୁ ‘ଶକ୍ତିଶ୍ରୀ’ର ସଂଯୋଜିକା ଶ୍ରୀମତୀ ପ୍ରିୟଙ୍କା ଜେନା ସୁଚାରୁ ଭାବେ ପରିଚାଳନା କରିଥିବାବେଳେ ଉପସ୍ଥିତ ଛାତ୍ରୀମାନଙ୍କୁ ଏଭଳି ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ଶେଷରେ ଛାତ୍ରୀ ତପଃଶ୍ୱନୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ରହି ନାରୀ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ଅବଗତ ହୋଇଥିଲେ।

You may have missed