ଧୋଇଗଲା ରେଳ ଲାଇନ, ଚାଲି ପାରୁନି ଅନେକ ଟ୍ରେନ୍
ବାଲେଶ୍ବର ( ଦେବାଶିଷ ଦାଶ )
ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ବାଲେଶ୍ୱର–ନୀଳଗିରି ରେଳ ଲାଇନର ବଡୁଆ ନିକଟରେ ରେଳ ଟ୍ରାକ୍ ତଳର ମାଟି ଧୋଇଯାଇଛି। ଫଳରେ ରେଳ ଚଳାଚଳ ବ୍ୟାହତ ହୋଇଥିବା ବେଳେ ଅନେକ ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି।
ଘଟଣାସ୍ଥଳରେ ରେଳବାଇର ଇଞ୍ଜିନିୟରିଂ ଟିମ୍ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଟ୍ରାକ୍ ସୁରକ୍ଷିତ ହେବା ପରେ ହିଁ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।
