July 28, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଐତିହାସିକ ପିଠ ରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ………

IMG-20260728-WA0059
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୋଡ଼ାଗଡ ଐତିହାସିକ ପୀଠର ନେସନାଲ ମନ୍ୟୁମେଣ୍ଟ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ସର୍ଭେ ଆରମ୍ଭ ହୋଇଛି ଏଥି ନିମନ୍ତେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା ଡଃ କୈଳାସ ଚନ୍ଦ୍ର ବେହେରା ମହାମହିମ୍ ରାଷ୍ଟ୍ରପତିଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ଯାହାକି ମହା ମହିମ୍ ରାଷ୍ଟ୍ରପତି ଡଃ ବେହେରାଙ୍କ ପତ୍ରକୁ ଗୁରୁତ୍ୱ ଦେଇ ପଠା ଯାଇଥିବା ପୋଡ଼ାଗଡର ଏକ ବ୍ଲୁ ପ୍ରିଣ୍ଟ କୁ ଅନୁଧ୍ୟାନ କରିଥିଲେ ଓ ପୋଡ଼ାଗଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଜାତୀୟ ପ୍ରତ୍ନତତ୍ତ୍ଵ ବିଭାଗ କୁ ଚିଠିକରିଥିଲେ ଆଜି ଜିଲ୍ଲା ସଂସୃତି ଅଧିକାରୀ ଶ୍ରୀଯୁକ୍ତ ଘାଶିଆ ହରିଜନଙ୍କ ସହିତ ଜାତୀୟ ସ୍ତରରୁ ଆସିଥିବା ସଞ୍ଜୀବ ହୁସେନ ତାଙ୍କ ସହଯୋଗୀ ସୁନୀଲଙ୍କ ସମେତ ଉମରକୋଟ ଥାନା ଏ ଏସ ଆଇ କୁଲଭୁସନ୍ ନାୟକ ଓ ତାଙ୍କ ସହଯୋଗୀ ପାଞ୍ଚଜଣ କନେଷ୍ଟବଲ ଓ ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ସମଲ୍ ଓ କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ଉଦୟନାଥ ମୁର୍ମୁ ଙ୍କ ସମେତ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ଯୁଗ୍ମ ସମ୍ପାଦକ ତୁଳସୀରାମ ଭତ୍ରା କୋଷାଧକ୍ଷ ଶ୍ରୀଯୁକ୍ତ ଜଳଧର ମାଝୀ , ଭରମ୍ ବିଶୋଇ, ଦେବ ପୂଜାରୀ ଝରିଗାଁ ବିଧାୟକ ପ୍ରତିନିଧି ତଥା ଟ୍ରଷ୍ଟ ଉପଦେଷ୍ଟା ଶ୍ରୀଯୁକ୍ତ ସୋନା ମାଝୀ ,କୃଷ୍ଣ ପୂଜାରୀ ,ରାଇସିଙ୍ଗ ପୂଜାରୀ ଦେବରାଜ ପୂଜାରୀ ,ଦଶରୁ ନାୟକ ଙ୍କ ସମେତ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ର।ସମସ୍ତ ଗୁରୁଜୀ ଗୁରୁମା ଓ ସମସ୍ତ ଛାତ୍ର ଛାତ୍ରୀ ସ୍ୱାଗତ କରିଥିଲେ ,ଏହି ସର୍ଭେ କାର୍ଯ୍ୟ ଆଜି ଚାଲୁ ହୋଇଥିଲା ସର୍ବ ପ୍ରଥମେ ସଂଗ୍ରହାଳୟ ରେ ଥିବା ମୂର୍ତ୍ତି ଗୁଡିକୁ ଅନୁଧ୍ୟାନ କରିଥିଲେ ପରେ ଗୁଣ୍ଡୁରୁ ଭୈରବ ମନ୍ଦିର ଓ ଉପରଗଡ ପାହାଡ ଚଢ଼ି ଥିଲେ ହାତୀ ବନ୍ଧା ପଥର ,ଲେଖନୀ ପଥର , ଧାନ କୁଟା କୋଟନି ଗାତ ଗାଦି ମାଆ ମନ୍ଦିର ଦେବରା ପାଇକ ଧନୁ ଓ ରାଜାଙ୍କ ପାଟ ଖଣ୍ଡା,ଦେଖିଲା ପରେ ଚଉଁରିଆ ମନ୍ଦିରରେ ଥିବା ରାଜାଙ୍କ ଢାଲ ଖଣ୍ଡା ଦେଖିଲା ପରେ ଭୈରବ ମନ୍ଦିର ଯାଇଥିଲେ ସେଠାରେଭୈରବ,ଗଣେଶ,

ମାଁ ଦନ୍ତେଶ୍ୱରି , ମାଉଲି ପରେ କଳା ଭୈରବ ମନ୍ଦିର ,ଯୋଗୀ ଗୁମ୍ଫା ଦେଖିଥିଲେ ପରେ ବି ଏସ, ପଦର ଠାରେ ଥିବା ଶିଳା ଲେଖା ର ଫଟୋ ଉତ୍ତୋଳନ କରି ଆଜି ନବରଙ୍ଗପୁର ଫେରିଯାଇଛନ୍ତି ଆସନ୍ତା କାଲି ପୁନଃର୍ବାର ବାର ଗାଡା ଦୂର୍ଦାନି ମନ୍ଦିର ନିକଟରେ ଥିବା ବାରଟି ଶଗଡ଼ ଚକ ଓ ଶିବ ଲିଙ୍ଗ ଗଣେଶ ମୂର୍ତ୍ତି ଓ ବାର ଭୂଜାଙ୍କ ଦେବୀଙ୍କ ମୂର୍ତ୍ତିର ଫଟୋ ଉଠାହେବ ପରେ ସମସ୍ତ ଐତିହାସିକ ତଥ୍ୟ ରେକଡଭୁକ୍ତ ହେବାର ଯୋଜନା ରହିଛି।