ଏକାଦଶୀ ଉପଲକ୍ଷେ ନାଟକ “ଭାଇ ଭଉଣୀର ନୂଆଁ କାହାଣୀ” ମଞ୍ଚସ୍ଥ

ବୁଗୁଡା : ତା ୨୬/୦୭/୨୬ : ସ୍ଥାନୀୟ ନିକୁଞ୍ଜ ମୋହନ କ୍ଲବ ଆନୁକୂଲ୍ଯରେ ପବିତ୍ର ରଥଯାତ୍ରା ଏକାଦଶୀ ଉପଲକ୍ଷେ ବୁଗୁଡା ବଡଦାଣ୍ଡରେ ସମ୍ପୂର୍ଣ୍ଣ ପାରିବାରିକ ଓ ଶ୍ରେଷ୍ଠ ସାମାଜିକ ନାଟକ “ଭାଇ ଭଉଣୀର ନୂଆଁ କାହାଣୀ” ମଞ୍ଚସ୍ଥ ହୋଇଯାଇଛି।
ଏହି ନାଟକର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ତଥା ଉଦଘାଟକ ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ମାନିତ ଅତିଥି ଭାବେ ମହନ୍ତ ଭକ୍ତରାମ ଦାସ, ବ୍ଲକ୍ ଉପାଧ୍ଯକ୍ଷ ମାନସ ରଞ୍ଜନ ପ୍ରଧାନ, ପ୍ରଭାକର ପଣ୍ଡା, ଧରଣୀଧର ପଣ୍ଡାଙ୍କ ସମେତ କର୍ମକର୍ତ୍ତା କେଦାର ନାଥ ମହାରଣା ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଦର୍ଶକ ଓ କଳାକାରଙ୍କୁ ଉତ୍ସାହିତ କରିଥିଲେ। ସୁନାମଧନ୍ୟ ନାଟ୍ଯ ନିର୍ଦ୍ଦେଶକ ବାପି ମିଶ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକରେ ପୋଲସରାର ସମୀର ଚିତ୍ରାଳୟର ଆକର୍ଷଣୀୟ ମଞ୍ଚସଜା, ଭୁବନେଶ୍ବର ବେବିଷ୍ଟାର ଡ୍ଯାନ୍ସ ଗ୍ରୁପର ନୃତ୍ୟ ଏବଂ ଭାପୁର ନୟାଗଡ଼ର ପ୍ରତାପ ଓ ପ୍ରକାଶଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଅଭିନେତା ସମୀର, ଲୋକନାଥ, ଶମ୍ଭୁ, ଶିବ, ତପନ, ସୁଧୀର, ଜଗା, ପ୍ରଶାନ୍ତ, ସୋନୁ ଏବଂ ଅଭିନେତ୍ରୀ ସିଲ୍ଲା, ରୂପା, ତନୁ, ରଞ୍ଜି, ମୋନାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିକୁଞ୍ଜ ମୋହନ କ୍ଲବର ସଦସ୍ଯଗଣଙ୍କ ସମେତ ବୁଗୁଡା ଗ୍ରାମବାସୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା।
