ଦିଲ୍ଲୀ ର ଯନ୍ତର ମନ୍ତର ଠାରେ ଛାତ୍ରଙ୍କ ଉପରେ ଲାଠି ଚାର୍ଜ ପ୍ରତିବାଦରେ କୋରାପୁଟରେ କଂଗ୍ରେସର କାଣ୍ଡେଲ ଶୋଭାଯାତ୍ରା
କୋରାପୁଟ, ୨୫ ଜୁଲାଇ ୨୦୨୬ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିରାଟ କାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ଼ଃ ରୂପକ ତୁରୁକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା କୋରାପୁଟ ସିନେମା ହଲ ଠାରୁ ଆରମ୍ଭ ହୋଇ ବସ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ଛକରେ ପହଞ୍ଚିଥିଲା।
ଗତ ୨୦ ତାରିଖରେ ଦିଲ୍ଲୀ ଯନ୍ତର ମନ୍ତର ଠାରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ପୋଲିସ ଦ୍ବାରା କରାଯାଇଥିବା ଅମାନବିକ ଲାଠି ଚାର୍ଜର ପ୍ରତିବାଦରେ ଏହି ଶୋଭାଯାତ୍ରା କରାଯାଇଥିଲା। ଏହି ଅବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କ୍ଷମା ପ୍ରାର୍ଥନା ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଥିଲା।
ଏହି ଶୋଭାଯାତ୍ରାରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ଛାତ୍ରଙ୍କ ପାଇଁ ନ୍ୟାୟ ଦାବି କରିଥିଲେ।(ଗୁପ୍ତେଶ୍ୱର ରଥ କୋରାପୁଟ)
