July 25, 2026

ଜରଡା ପାର୍ଥ ସାରଥିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ, ରଥଦାଣ୍ଡ ପାଲଟିଲା ଜନସମୁଦ୍ର…

IMG-20260725-WA0001
Share

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡାଗଡ଼ ସ୍ଥିତ ପ୍ରସିଦ୍ଧ ପାର୍ଥ ସାରଥି କ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରଥଦାଣ୍ଡରେ ଭକ୍ତଙ୍କ ଅପାର ସମାଗମ ହେବା ସହ ସମଗ୍ର କ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଥିଲା।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ସହ ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଜରଡାଗଡ଼ରେ ପହଞ୍ଚି ମହାପ୍ରଭୁ ଶ୍ରୀ ପାର୍ଥ ସାରଥିଙ୍କ ଦର୍ଶନ କରିଥିଲେ। ଭକ୍ତମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲେ। ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଥିଲା।  (ସୁଭଶ୍ରୀ ପ୍ରଧାନ )